ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ବଡ ଓଲମା ପଞ୍ଚାୟତ ଅନ୍ତର୍ଗତ ବରକି ଗୁଡା ଗ୍ରାମ ର ଜଣେ ବ୍ୟକ୍ତି ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣକ ବରକି ଗୁଡା ଗ୍ରାମ ର ମନୁ ଭତରା (୪୫) । ସୂଚନା ଅନୁଯାୟୀ ବରକି ଗୁଡା ଗ୍ରାମ ର ମନୁ ଭତରା (୪୫) ୧୬ ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟା ୬ ଘଣ୍ଟ ସମୟରେ ଶୌଚ ପାଇଁ ଗାଁ ନିକଟ ପୋଖରୀ କୁ ଯାଇଥିଲେ। ତେବେ ରାତ୍ର ପର୍ଯ୍ୟନ୍ତ। ଆଉ ଘରକୁ ଫେରି ନ ଥିଲେ। ଘର ଲୋକେ ପୋଡଶିସହ ଆଖ ପାଖ ଗ୍ରାମ ରେ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ମନୁ ଭତରା ର କୌଣସି ସନ୍ଧାନ ପାଇ ନ ଥିଲେ। ଆଜି ସକାଳେ ଗ୍ରାମ ର କିଛି ଲୋକ ଗ୍ରାମ ପୋଖରୀରେ ଗାଧୋଇବା ପାଇଁ ଯିବା ସମୟରେ ପୋଖରୀ ନିକଟରେ ଏକ ଗାମୁଛା ଥିବା ସହ ପୋଖରୀ ମଧ୍ୟରେ ଶବ ଭାସୁ ଥିବାର ଦେଖିଥିଲେ। ତୁରନ୍ତ ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହଯୋଗ ରେ ବରକି ଗୁଡା ଗ୍ରାମ ପୋଖରୀ ମଧ୍ୟରୁ ଶବ ଉଦ୍ଧାର ହୋଇଥିଲା। ପୁଲିସ ଏ ନେଇ କେସ ନ ୦୨/୨୪ ରେ ମାମଲା ରୁଜୁ କରିଥିବା ବେଳେ ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ ଏ ଏସ ଆଇ ଗୋପାଳ କୃଷ୍ଣ ହାଲୱା ଘଟଣା ର ତଦନ୍ତ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.