ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ l

0

ଗାଇସିଲେଟ /ମନ ଡନସନା :- ଗାଇସିଲେଟ ବ୍ଲକ ର ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ କ୍ରୀଡା ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଙ୍ଗାଧର ଭୋଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଉଦଘାଟନ ସମାରୋହରେ ପ୍ରଧାନ ଶିକ୍ଷକ ମୋହନ ରଣା କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିବା ବେଳେ ଖେଳ ଶିକ୍ଷକ ରାଧେଶ୍ୟାମ ପ୍ରଧାନ ଛାତ୍ରଛାତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଉଭୟ ବାଳକ ଓ ବାଳିକା ଗ୍ରୁପର ମୋଟ ୨୦ ଟି ଇଭେଣ୍ଟ ସ୍ଥାନ ପାଇଥିଲା ଓ ୧୪୨ ଜଣ ଏଥେଲେଟ୍ସ୍ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଇଭେଣ୍ଟ କୁ ଶିକ୍ଷକ ଗଙ୍ଗାଧର କୁମ୍ଭାର, ଅରକ୍ଷିତ ବାରିକ, ବଳରାମ ବଗର୍ତ୍ତି,ଅଶ୍ଵିନୀ କୁମାର ଦାଶ, ସୁରଥ ଭୋଇ,ରବିନାରାୟଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତାକାଲି ଏହି କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଏଥେଲେଟ୍ସ୍ ମାନଙ୍କୁ ପୁରସ୍କୃତ କରାଯିବ।

Leave A Reply

Your email address will not be published.