ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ରେଳଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ପ୍ଲାଟଫର୍ମରେ ଓହ୍ଲାଉଥିବା ବେଳେ ଅସାବଧାନତା ବଶତଃ ଖସି ପଡିଥିଲେ ଏବଂ ଘଟଣା ସ୍ଥଳରେ ତାଙ୍କ ଉପରେ ଟ୍ରେନ ଚଢିଯିବାରୁ ମୃତ୍ୟୁ ହୋଇଥିବା କେତେକ ପ୍ରତକ୍ଷଦର୍ଶୀ ସୂଚନା ଦେଇଛନ୍ତି।ବର୍ତ୍ତମାନ ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି। ତେବେ ମୃତ ବ୍ୟକ୍ତିଙ୍କ ନିକଟରେ ଏକ ମୋବାଇଲ ଫୋନ ପଡ଼ିଥିବା ବାଲୁଗାଁ ଆରପିଏଫ ସୂଚନା ଦେଇଛି।
Sign in
Sign in
Recover your password.
A password will be e-mailed to you.