କୁଟୁରାଚୁଆଁ ଉଚ୍ଚତର ବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ଓ ନୂଆଁ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟନ

0

କୁଚିଣ୍ଡା/ଜମନକିରା ୧୨ /୧ : କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ବିଦ୍ୟାଳୟ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ  ଶୁକ୍ରବାର ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ଓ ବିଦ୍ୟାଳୟ ର ଯୁବ ରେଡକ୍ରସ ପକ୍ଷରୁ ଜାତୀୟ ଯୁବ ଦିବସ ତଥା ନୂଆଁ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ର ଉଦଘାଟନ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ସ୍ବାମୀ ବିବେକାନନ୍ଦ ଙ୍କ ତୈଳଚିତ୍ର ରେ ପୁଷ୍ପମାଳ୍ୟ ସହ ଦୀପ ପ୍ରଜ୍ଜଳନ କରିଥିଲେ। କୁଚିଣ୍ଡା ସ୍ଥିତ କୃଷ୍ଣପ୍ରିୟା ଆଇ ଟି ସି ର ନିର୍ଦ୍ଦେଶକ  ଓମ ପ୍ରକାଶ ପଟେଳ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ସ୍ବାମୀ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଉଦବୋଧନ ଦେଇଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତିକ୍ୟ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ବିବେକାନନ୍ଦ  ଜୀବନି ଓ   ଜାଜୀୟ ଦିବସ  ବିଷୟରେ ଆଲୋକପାତ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜକ କରିଥିବା ବେଲେ ଯୁବ ରେଡକ୍ରସ ଅଧ୍ୟାପକ ସତ୍ୟନାରାରଣ ପଟେଳ ଉଦ୍ଦେଶ୍ୟ,ସ୍ବାଗତ ଭାଷଣ ଓ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ସମ୍ବଲପୁର ସ୍ଥିତ ନେହେରୁ ଯୁବ କେନ୍ଦ୍ର ର ଯବ ଅଫିସର ମାର୍କସ ବିଳୁଙ୍ଗ,ଅଧ୍ୟାପକ ସୁଧୀର କୁମାର ନାଏକ,ଗ୍ରାନ୍ତଗାରିକ ଦେବାନନ୍ଦ ମହାପାତ୍ର,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ  ନାଏକ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇଥିଲେ। ଏହି ଅବସର ରେ ଯୁବ ଅଫିସର ମାର୍କସ ବିଳୁଙ୍ଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାରେ ଏକ ସଡକ ସୁରକ୍ଷା ବିଷୟରେ ଗ୍ରାମ ପରିକ୍ରମା କରି ରେଲି ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି। ଶେଷରେ ଅଧ୍ୟାପିକା ଭାବନା ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.