ଇଭିଏମ, ଭିଭିପ୍ୟାଟ ସଚେତନ ରଥର ଶୁଭାରମ୍ଭ ।

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:16-01-2024ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ତଥା ନିର୍ବାଚକ ଅଧିକାରୀ ଲଳିତ କୁମାର କହଁରଙ୍କ ଦ୍ୱାରା ଇଭିଏମ, ଭିଭିପ୍ୟାଟ ସଚେତନ ରଥର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ, ରାୟଗଡ ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ତତ୍ୱ।ବଧାନରେ ଜିଲ୍ଲାର ପ୍ରତି ବ୍ଲକରେ ସଚେତନ ରଥ ବୁଲି ଇଭିଏମ, ଭିଭିପ୍ୟାଟରେ କିପରି ନିର୍ଭୁଲ ଭାବେ ଭୋଟ ପ୍ରଦାନ କରାଯାଇ ପାରିବ ତାହା ସଚେତନ କରାଯାଉଛି । ଏହିକ୍ରମରେ ଆଜି ଗୁଣପୁର ସଦର ମହକୁମାରୁ ଗୋଟିଏ ରଥର ଶୁଭାରମ୍ଭ କରାଯାଇଥିଲା । ଏହି ରଥ ଗୁଣପୁର ପୋୖରାଞ୍ଚଳ ଓ ବ୍ଳକର ବିଭିନ୍ନ ବୁଥକୁ ଯାଇ ଜନ ସଚେତନ କରିବ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରଞ୍ଜଳି ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦର, ଡେପୁଟି କଲେକ୍ଟର ଅଭିଶେଖ ସ୍ୱାଇଁ, ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ, ବିଜୁ ଜନତା ଦଳ ତରଫରୁ ଅଶ୍ବିନୀ ଗମାଙ୍ଗ, ବିଏସ ପି ତରଫରୁ କୈଲାସ ଶବର, ବିଜେପି ତରଫରୁ ଟିଙ୍କୁ ପଣ୍ଡା, ପ୍ରେସ କ୍ଲବ ସମ୍ପାଦକ ରାଧାକୃଷ୍ଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପି ନ।ଗଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକ,ସତୀଶ କୁମାର ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଗୁଣପୁର ଉପ ଜିଲ୍ଲାପାଳଙ୍କ ଜର୍ଯ୍ୟାଳୟ ପରିସରରେ ଏକ ଇଭିଏମ ସଚେତନ କକ୍ଷ ଉପ ଜିଲ୍ଲାପାଳ ଉଦଘାଟନ କରିଥିଲେ ଓ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତଙ୍କୁ ସଚେତନ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.