ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ଜଣାଶୁଣା କ୍ଳବ ୯୯ ତଥା ଜି.ଟି ହାଇସ୍କୁଲର ୧୯୯୯ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ଙ୍କ ବାର୍ଷିକ ଅଧିବେଶନ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସହର, ଆଖପାଖ ଅଞ୍ଚଳର, ରାଜ୍ୟ ବାହାରେ ରହୁଥିବା ପ୍ରାୟ ୩୫ ଜଣ ବନ୍ଧୁ ଯୋଗ ଦେଇଥିଲେ ।ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।ଆସନ୍ତା ଦୁଇ ବର୍ଷ ପାଇଁ ନିରଞ୍ଜନ ପତି ସଭାପତି,ସନ୍ତୋଷ କୁମାର ସାହୁ ଉପ-ସଭାପତି, ରାଜୀବ ମହାପାତ୍ର ସମ୍ପାଦକ, ଅରବିନ୍ଦ ପାତ୍ର ସହ ସମ୍ପାଦକ ଭାବେ ମନୋନୀତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ଜେନା ଓ ପୃଥିବୀ ରାଜ ରାଉତଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅତୀତରେ ମାଁ ବ୍ରାହ୍ମଣୀଦେବୀ ଙ୍କ ନଗର ପରିକ୍ରମା, ବିଭିନ୍ନ ସମୟରେ ନିଜ ବନ୍ଧୁ ମାନଙ୍କୁ ସହାୟତା କରିବାକୁ ନେଇ ଉପସ୍ଥିତ ବନ୍ଧୁ ମାନେ ପରଷ୍ପରକୁ ସାଧୁବାଦ ଜଣାଇଥିଲେ । ଏପରି ମହତ୍ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ କରିବା ପାଇଁ ଆଲୋଚନା ହୋଇଥିଲା ।ଏଥି ସହିତ ନିଜ ନିଜ ସ୍ତରରେ ଯିଏ ଯେଉଁଠି ଥିଲେ ମଧ୍ୟ ସର୍ବୋପରି ବନ୍ଧୁତ୍ୱକୁ ଗୁରୁତ୍ୱ ଦେବା ପାଇଁ କିଛି ବନ୍ଧୁ ପରାମର୍ଶ ଦେଇଥିଲେ ।କ୍ଳବ ୯୯ କୁ ୟୁନାଇଟେଡ଼ କ୍ଳବ ୯୯ ରେ ନାମକରଣ କରାଯାଇଥିଲା ।ପରିଶେଷରେ ଉତ୍ତରୀୟ ଦେଇ ସମସ୍ତ ବନ୍ଧୁ ମାନେ ପରଷ୍ପରକୁ ସମ୍ବର୍ଦ୍ଧିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.