ନବରଙ୍ଗପୁର ୧୬/୦୧ : ଅଶୋକ ସାହୁ ଶାସକ ପ୍ରଶାସକ.16.01.2024ରୁ 18.01.2023 ଯାଏଁ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୪ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଆନୁଷ୍ଠାନିକ ଭାବେ ନବରଙ୍ଗପୁର ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଆୟୋଜିତ ହୋଇଛି l ଏହି କାର୍ଯ୍ୟକ୍ରମର ସଭାପତି ତଥା ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଏହି କାର୍ଯ୍ୟକ୍ରମ ଦ୍ଵାରା ଜିଲ୍ଲାର ଯୁବପିଢ଼ିଙ୍କ ର ନିଜ ଭିତରେ ଥିବା ଆତ୍ମବିଶ୍ୱାସ ଓ ପ୍ରତିଭାର ବିକାଶ ହେବାର ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଡାବୁଗାଁ ମନୋହର ରନ୍ଧାରୀ ଯୋଗ ଦେଇ ଓଡ଼ିଶାର ଯୁବପିଢ଼ି ଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ମହାନ କାର୍ଯ୍ୟକ୍ରମ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ l ଏହି କାର୍ଯ୍ୟକ୍ରମ ଦ୍ଵାରା ଓଡିଶାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ରାଜ୍ଯ ସ୍ତରୀୟ ଯୁବକ ଯୁବତୀ ମାନଙ୍କ ଅନ୍ତର୍ନିହିତ ବିକାଶ ହେବା ସହ ପ୍ରତିଭା ଅନ୍ଵେଷଣ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ , ଯଦ୍ୱାରା କି ଯୁବକ ଯୁବତୀ ମାନେ ରାଜ୍ଯ ଓ ଜାତୀୟ ସ୍ତରରେ ଭାଗ ନେବାର ସୁଯୋଗ ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ର ତାରାଗାଁ ଖେଳ ପଡିଆରେ ହକି, ନବରଙ୍ଗପୁର ମହାବିଦ୍ୟାଳୟର ଖେଳ ପଡିଆରେ ଫୁଟବଲ ଏବଂ କ୍ରିକେଟ, ରାଜା ଚୈତନ୍ୟ ଦେବ ନୋଡାଲ ଖେଳ ପଡିଆ ଠାରେ ଖୋ ଖୋ ପ୍ରଭୁତି କ୍ରୀଡା ପ୍ରତିଯୋଗିତା ର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାସ୍କର ବିଶ୍ଵାଳ, ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଜୀ ଶ୍ରୀନୁ, ଓଡିଶା ରାଜସ୍ଵ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ଜିଲ୍ଲା କ୍ରୀଡା ସଂଘ ର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ୍ ବାଲକୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା କ୍ରୀଡା ପ୍ରଶିକ୍ଷକ ପ୍ରଭାତ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କ୍ରୀଡାବିତ୍ ମାନେ ଯୋଗ ଦେଇଥିଲେ l ଶ୍ରୀଯୁକ୍ତ ବିଭାସିସ ଦେ ମଞ୍ଚ ପରିଚାଳନା କରିଥିଲେ ଏବଂ ମନରଞ୍ଜନ ପ୍ରହରାଜ କ୍ରୀଡା ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post