ଯୋଗ ହିଁ ସୁସ୍ଥ ଜୀବନର ଆଧାର

0 2

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ମହାଆଡମ୍ବର ପାଳିତ ହୋଇଯାଇଛି।ଏହି ଅବସରରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା ।ଏହି ଶିବିରକୁ ବିଶ୍ଵ ବିଦ୍ୟାଳୟର କୁଳପତି ଡ଼ଃ ଏ ଭି ଏନ ଏଲ ଶର୍ମା, ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ର ଡିନ ଡ. ଏ ବି ଶ୍ରୀନିବାସ ରାଓ ଯୋଗ ଦେଇ ସ୍ଵାମୀଜୀଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜୀବନୀ ବିଷୟରେ କହିବା ସହ ଯୋଗ ଶିବିରର ଉଦଘାଟନ କରିଥିଲେ। ଏହି ଯୋଗ ଶିବିରରେ ହରିଦ୍ଵାର ସ୍ଥିତ ଦେବ ସଂସ୍କୃତ ବିଶ୍ଵବିଦ୍ୟାଳୟର ଛାତ୍ର କାନୟାଲାଲ ଦେବଙ୍ଗ, ଧନଞ୍ଜୟ କୁମାର, ଆଦିତ୍ୟ ରଞ୍ଜନ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଅଭ୍ୟାସ କରିବା ସହ ଆଧ୍ୟାତ୍ମିକ ପ୍ରବଚନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼.ପ୍ରେମାନସୁ ଶେଖର ରଥ , ଘନିଷ୍ଟା ପୃଷ୍ଟି, ବାଣୀ ପ୍ରସାଦ ନାୟକ, ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.