ବାଣପୁର (ସେକ କୌସର ): ଜାନୁଆରୀ ୧୨ ତାରିଖ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଦିବସଟି ଜାତୀୟ ଯୁବ ଦିବସ ଭାବରେ ସରା ଭାରତରେ ପାଳିତ ହେଉଛି। ଗୋଦାବରୀଶ ମହାବିଦ୍ୟାଳୟର ଦର୍ଶନ ବିଭାଗ ଓ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାଣପୁର ବାଲୁଗାଁ ନଗର ଶାଖ ସୌଜନ୍ୟରେ ଏହି ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ସଭାପତିତ୍ୱ କରିଥିବା ବେଳେ ହିଞିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିବେକାନନ୍ଦ କେନ୍ଦ୍ର ବ୍ରହ୍ମପୁର ଶାଖାର ପଦାଧିକାରୀ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନେକ ଅଜଣା ତଥ୍ୟ ଉପସ୍ଥାପନା କରିବା ସହ ସ୍ଵାମୀଜୀଙ୍କ ଆଦର୍ଶରେ ଅନୁପ୍ରଣିତହୋଇ ଏକ ସଫଳ ଜୀବନଯାପନ କରିବାପାଇଁ ସ୍ଵାମୀଜୀଙ୍କ ପ୍ରଦର୍ଶିତ ମାର୍ଗ ଅନୁକରଣ କରିବା ପାଇଁ ଉପଦେଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତ ଦୁଇର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର, ପ୍ରଶାସନ ଅଧିକାରୀ ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ସହ ପ୍ରଶାସନିକ ଅଧିକାରୀ ଡ଼ ସୁଜାତା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ବ୍ରତୁ ହେବାପାଇଁ ଉପଦେଶ ଦେଇଥିଲେ।ଦର୍ଶନ ବିଭାଗର ଅଧ୍ୟାପିକା ଅନୀତା ଦଳେଇ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗୀୟମୂଖ୍ୟ ରାଧାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନକରିଥିଲେ। ଅଧ୍ୟାପକ ହିଟଲର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।। ସଭାରେ ମହାବିଦ୍ୟାଳୟର ଅନେକ କର୍ମଚାରୀ , ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବୈରାଗୀ ଚରଣ ବଳ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post