ବଲ୍ଲଭୀ ଦେଵୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ନୂଆ-ଓ କାର୍ଯ୍ୟ ଉଦଯାପିତ

0

 ଶିକ୍ଷା ସହିତ ଛାତ୍ରୀମାନେ ସବୁକ୍ଷେତ୍ରରେ ନିଖୁଣ ହେବା ଆବଶ୍ୟକ- ମନ୍ତ୍ରୀ ପ୍ରତାପ କେଶରୀ ଦେବ |

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ବାଣୀନଗର ସ୍ଥିତ ବଲ୍ଲଭୀ ଦେଵୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ନୂଆ-ଓ କାର୍ଯ୍ୟ ଉଦଯାପିତ ହୋଇଯାଇଛି l ଅଧ୍ୟାପିକା ଡ଼ଃ. ପୁଷ୍ପିତା ଜେନା ଏବଂ
ଅଧ୍ୟାପିକା ନିବେଦିତା ଦାଶ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶକ୍ତି, ଶିଳ୍ପ, ମାଇକ୍ରୋ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦାନ କରି ପୂର୍ବତନ ମନ୍ତ୍ରୀ ତଥା କଲେଜର ପ୍ରତିଷ୍ଠାତା ସ୍ବର୍ଗତ କାଳିନ୍ଦୀ ବେହେରା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ବାର୍ଷିକ ଉତ୍ସବ ସଭାରେ ଯୋଗଦାନ କରି ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯାହାଦ୍ୱାରା ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭା କୁ ଲୋକଲୋଚନକୁ ଅଣାଯାଇପାରିବ ଏବଂ ଛାତ୍ର ଛାତ୍ରୀ ମାନେ ଯେକୌଣସି କାର୍ଯ୍ୟ କରନ୍ତୁ ଆଗ୍ରହର ସହକାରେ କଲେ ତାହା ଫଳପ୍ରଦ ହୋଇପାରିବ ଏବଂ କେବଳ ସରକାରୀ ଚାକିରୀ ପଛରେ ନଗୋଡ଼ାଇ ବ୍ୟପାର , ବଣିଜ, ଅଧିବ୍ୟବସାୟ ସବୁଥିରେ ମନ ପ୍ରାଣ ଦେଇ କଲେ ସର୍ବୋଚ୍ଚ ଶିଖରରେ ପହଁଚିବା ସମ୍ଭବ ବୋଲି ପ୍ରକାଶ କରିଥିଲେ l ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି କଲେଜ ର ଵିକାଶ ପାଇଁ ଯାହାକିଛି ଆବଶ୍ୟକ ତାହା ଯୋଗାଇଦେବେ ବୋଲି ପ୍ରକାଶ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଓଡିଶା ଚ୍ଚଳଚିତ୍ର ନିଗମ ଅଧକ୍ଷ ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି କଲେଜ ଛାତ୍ରୀ ଙ୍କ ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ସରପଞ୍ଚ ଜୟଦେବ ରାଉତ, ସମିତିସଭ୍ୟା ସରସ୍ବତୀ ରାଉତ, ଅଧ୍ୟାପିକା ଡ଼ଃ. ରିତା ଷଡ଼ଙ୍ଗୀ, ସୁପ୍ରଭା ଜେନା, ଶୁଭଶ୍ରୀ ନାୟକ, ସବିତା ସାମଲ, ଜୟନ୍ତୀ ସାହୁ, ଅଧ୍ୟାପକ ସୁବ୍ରତ କୁମାର ସ୍ୱାଇଁ, ସୁବାଶିଷ ଦାସ, କାର୍ଯ୍ୟାଳୟ ସହଯୋଗୀ ଅଶୋକ କୁମାର ରାଉତ, ଜ୍ୟୋତିରଞ୍ଜନ ରଥ, ବଟକୃଷ୍ଣ ରାଉତ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l କଲେଜର ସମସ୍ତ ଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ଛାତ୍ରୀ ମାନଙ୍କୁ ଦ୍ୱାରା ନୃତ୍ୟ, ଗୀତ ପରିବେଷଣ କରାଯାଇଥିଲା l

Leave A Reply

Your email address will not be published.