ପଞ୍ଚାୟତ ପ୍ରହଲ୍ଲାଦ କଲେଜରେ ବାର୍ଷିକ ଉତ୍ସବ ଏବଂ ନୂଆ-ଓ କାର୍ଯ୍ୟ ଉଦଯାପିତ

0

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରୟାସ ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା- ମୁଖ୍ୟ ଅତିଥି

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଏବଂ ନୂଆ-ଓ କାର୍ଯ୍ୟ ଉଦଯାପିତ ହୋଇଯାଇଛି l ଅଧ୍ୟାପକ ଡ଼ଃ. ନିରଞ୍ଜନ ଶତପଥିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶକ୍ତି, ଶିଳ୍ପ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦାନ କରି ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯାହାଦ୍ୱାରା ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭା କୁ ଲୋକଲୋଚନକୁ ଅଣାଯାଇପାରିବ ଏବଂ ଛାତ୍ର ଛାତ୍ରୀ ମାନେ ଯେକୌଣସି କାର୍ଯ୍ୟ କରନ୍ତୁ ଆଗ୍ରହର ସହକାରେ କଲେ ତାହା ଫଳପ୍ରଦ ହୋଇପାରିବ ଏବଂ କେବଳ ସରକାରୀ ଚାକିରୀ ପଛରେ ନଗୋଡ଼ାଇ ବ୍ୟପାର, ବଣିଜ, ଅଧିବ୍ୟବସାୟ ସବୁଥିରେ ମନ ପ୍ରାଣ ଦେଇ କଲେ ସର୍ବୋଚ୍ଚ ଶିଖରରେ ପହଁଚିବା ସମ୍ଭବ ବୋଲି ପ୍ରକାଶ କରିଥିଲେ l ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି କଲେଜ ର ଵିକାଶ ପାଇଁ ଯାହାକିଛି ଆବଶ୍ୟକ ତାହା ଯୋଗାଇଦେବେ ବୋଲି ପ୍ରକାଶ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଓଡିଶା ଚ୍ଚଳଚିତ୍ର ନିଗମ ଅଧକ୍ଷ ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି କଲେଜ ଛାତ୍ରୀ ଙ୍କ ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା,ସମାଜସେବୀ ପିତାମ୍ବର ସାହୁ, ବିଜେଡି ବ୍ଲକ ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର,ପରିଚାଳନା କମିଟି ସଭାପତି ଅଧ୍ୟାପକ ପଲ୍ଲଵ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ଜସ୍ମିତା ସେଠି, ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲ , ସମିତିସଭ୍ୟ ପ୍ରଦୋଷ ସାହୁ ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ବୃନ୍ଦ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା ରେ କଲେଜର ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ସହଯୋଗ କରିଥିଲେ l ଶେଷରେ ଛାତ୍ରୀ ମାନଙ୍କୁ ଦ୍ୱାରା ନୃତ୍ୟ, ଗୀତ ପରିବେଷଣ କରାଯାଇଥିଲା l

Leave A Reply

Your email address will not be published.