ଗୁଣୁପୁର ପୌର ପରିଷଦ ର ଷଷ୍ଠ ସାଧାରଣ ବୈଠକ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ପୌର ପରିଷଦ ର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ର ଅଧକ୍ଷା ମମତା ଗୌଡ଼ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଜି ବିଧାୟକ ରଘୁନାଥ ଗମାଙ୍ଗ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ବୈଠକରେ ଅଧ୍ଯକ୍ଷା, ବିଧାୟକଙ୍କ ମେତ ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ ଓ କାଉନସିଲର ମାନେ ଆଲୋଚନା କରି ପୌର ପରିଷଦ ର ବିକାଶ ସମ୍ପର୍କିତ ଅନେକ ନିଷ୍ପତ୍ତି ଗ୍ରହଣ କରିଥିଲେ। ବିଶେଷ କରି ସହରରେ ଥିବା ଭୁତେଶ୍ବର ମନ୍ଦିର ନିକଟସ୍ଥ ସ୍ମସାନ ଘାଟ ସହ ବିକ୍ରମପୁର, ପୁରୁଣା ଗୁଣପୁର, କରଣଗୁଡା, ହାଉସିଂ ବୋର୍ଡ, ମରାଠିଗୁଡା, କପିଳପୁର ଓ କତାଲୁଗୁଡା ର ସ୍ମସାନଘାଟ ରେ ଶବଦାହ ପାଇଁ ସୁବିଧା, ପାଣିର ସୁବିଧା ଓ ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏସବୁ ମଧ୍ୟରୁ ସହରସାରା ଲୋକ ନିର୍ଭର କରୁଥିବା ଭୁତେଶ୍ବର ମନ୍ଦିର ନିକଟ ଘାଟରେ ଆଧୁନିକ ଧରଣର ସୁବିଧା ସହ ଆଲୋକ ପାଣି ଓ ଶବାଧାର ରେ ଆସିଥିବା ଲୋକଙ୍କ ବିଶ୍ରାମ ପାଇଁ ଗୃହ ନିର୍ମାଣ କରିବାକୁ ଡିପିଆର୍ ପ୍ରସ୍ତୁତ କରିବାକୁ ଏକ ସଂସ୍ଥା କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ବଂଶଧାରା ନଦୀ ତଟରେ ରହିଥିବା ସମସ୍ତ ଗାଧୁଆ ଘାଟ ଉନ୍ନତିକରଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସହରରେ ଥିବା ପବ୍ଲିକ ଟଏଲଟ୍ ଗୁଡାକର ମରାମତି କରି ନବିକରଣ ସହ ମୁକ୍ତା ଯୋଜନାରେ ବାକି ରହିଥିବା ରାସ୍ତା ଗୁଡିକ ଫେବର୍ ରାସ୍ତା ନିର୍ମାଣ କରାଯିବ। ବିଭିନ୍ନ ଛକରେ ହାଇମାକ୍ସ ଲାଇଟ୍ ଲଗାଇବା ପାଇଁ ବିଧାୟକ ଦଶଲକ୍ଷ ଟଙ୍କାର ଅନୁଦାନ ଦବାକୁ ପ୍ରତିଶ୍ରୁତି ଦେଇଥିଲେ। ବଳକା ରହି ଯାଇଥିବା ବସ୍ତି ଗୁଡିକର ଉନ୍ନତିକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସହରର ମୁଖ୍ଯ ଛକ ମାନଙ୍କରେ ଡିଜିଟାଲ ବୋର୍ଡ ଓ ସାହି ଛକ ମାନଙ୍କରେ ସାହିର ନା ଲେଖାଯାଇ ସାଇନ୍ ବୋର୍ଡ ଲଗାଯିବ। ବାଇପାସ୍ ଛକରେ ଗୋଟିଏ ବଡ ଜାତିୟ ପତକା ଲଗାଇବାକୁ ମଧ୍ୟ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ଅନ୍ଯପକ୍ଷେ ଆସନ୍ତା ୨୯ ଓ ୩୦ ତାରିଖରେ ରାଜା ସରକାର ଙ୍କ ନୂଆ ଓଡିଶା ଯୁବ ଓଡିଶା ଓ ନବୀନ ଓଡିଶା ଦ୍ବାରା ଅନୁଷ୍ଠିତ ହବାକୁ ଥିବା ବିଭିନ୍ନ କ୍ରିଡା ପ୍ରତିଯୋଗିତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସହକାରୀ ନିର୍ବାହୀ ଜନ୍ତ୍ରୀ ବିଶ୍ବନାଥ ସାରକାଙ୍କ ସମେତ କାଉନସିଲର ଦେବୀ ଆଚାର୍ଯ୍ୟ, ଭାଗିରଥି ବିଶ୍ବୋୟୀ, ଶିବ ପ୍ରଶାଦ ପାଢି, ଦେବେନ୍ଦ୍ର ଶବର, ମମତା ଶତପଥି, ଏମ. ରାଧା, ଶବିତା ବାଉରି, ଶାନ୍ତନୁ ରଥ, ନିରୁ ଶ୍ରୀରାମ, ଡି. ପ୍ରଶାନ୍ତି, ଶାନ୍ତି ବାଉରୀ, ସୁଲୋଚନା ପ୍ରଧାନ, ରଷ୍ମିତା ପଟ୍ଟନାୟକ, ବାବି ଶବର, ରଷ୍ମି ପାତ୍ର, ଚେପାଲି ସରସ୍ବତୀ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.