ସଚ୍ଚିଦାନନ୍ଦ ସଦଗୁରୁ ଶ୍ରୀ ସାଇନାଥ ବାବାଙ୍କ ନବମ ବାର୍ଷିକ ଯଜ୍ଞ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ମାନସିକ କଳସ ଯାତ୍ରା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଗ୍ରାମ ପଞ୍ଚାୟତ ସାଇ ପରିଚାଳନା ସମିତି ସାଇଧାମ କେରିଲୋ ଠାରେ ଶ୍ରୀ ସଚ୍ଚିଦାନନ୍ଦ ସଦଗୁରୁ ସାଇନାଥ ବାବାଙ୍କ ନବମ ବାର୍ଷିକ ଯଜ୍ଞ ଉତ୍ସବ ର କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତମାନଙ୍କ ଦ୍ୱାରା ପୂଜାପାଠ ପରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ କୁଲଗାଁଈଶାଳୋ ମା ମଙ୍ଗଳା ଲୁଣା ଘାଟରୁ ଏକ ବିରାଟ ଶୋଭାଯାତ୍ରା ରେ କଳସି ରେ ପାଣି ଆଣି କେରିଲୋ ସ୍ଥିତ ସାଇ ମନ୍ଦିର ପରିସରରେ ସ୍ଥାପନା କରିଥିଲେ l ତେବେ ସମଗ୍ର ପରିସର ଏହି ସମୟରେ ଘଣ୍ଟ,କାହାଳି,ସାଇନାମ ଧ୍ୱନି ରେ ପ୍ରକମ୍ପିତ ହୋଇ ଉଠିଥିଲା l ଏହି ଯଜ୍ଞ ଉତ୍ସବ ର କଳସ ଯାତ୍ରା ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା ବେଳେ ବୁଧବାର ଦିନ ଯଥାରୀତି ନୀତି ଅନୁଯାୟୀ କାର୍ଯ୍ୟ ସମ୍ପାଦନ ପରେ ସାଇନାଥ କଳା ପରିଷଦ କେନ୍ଦ୍ରାପଡ଼ା ଦ୍ୱାରା ଭଜନ ସନ୍ଧ୍ୟା ଓ ପ୍ରବଚନ, ଗୁରୁବାର ଦିନ ଏହି ଯଜ୍ଞ ଉତ୍ସବର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହେବା ସହିତ ସନ୍ଧ୍ୟା ସମୟରେ କୁନି ପ୍ରବଚକ ଶ୍ରୀ କେଶବ ଦାସ ଦ୍ଵିତୀୟ କୃଷ୍ଣ ଙ୍କ ଦ୍ୱାରା ପ୍ରବଚନ, ଭଜନ ସମାରୋହ ଏବଂ ପ୍ରସାଦ ସେବନ କାର୍ଯ୍ୟ ରହିଥିବାର ଅନୁଷ୍ଠାନ ସୂତ୍ରରୁ ପ୍ରକାଶ l ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର , ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମାଜସେବୀ ବ୍ରଜମୋହନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଭୁପତିଭୁଷଣ ଷଣ୍ଡ, କେରିଲୋ ସରପଞ୍ଚ ଶୁଭ୍ରା ମହାନ୍ତି, ଯୁବନେତା ମନୋଜ ସେଠି ଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଏବଂ ସାଇ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରୁଛନ୍ତି l ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ସନ୍ଧ୍ୟାରେ ସାଇ ବାବାଙ୍କ ପ୍ରବଚନ ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି l ସମାଜର ମଙ୍ଗଳ କାମନା ଉଦେଶ୍ୟରେ ଅନୁଷ୍ଠିତ ଏହି ଯଜ୍ଞ କାର୍ଯ୍ୟକ୍ରମରେ ସ୍ଥାନୀୟ ସମଗ୍ର ଅଞ୍ଚଳବାସୀ ଯୋଗଦାନ କରି ଶ୍ରୀ ସାଇନାଥ ଙ୍କ କୃପା ଲାଭ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି l