ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ( ରବିବାର ଦିନ ) ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ, ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲାରେ ବ୍ଲକ କଂଗ୍ରେସ କମିଟି ଏବଂ ନଗର କଂଗ୍ରେସ କମିଟି ପକ୍ଷରୁ ଏହି ଦିବସକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏଥିରେ ମଧ୍ୟ ଗୋଟିଏ ବିଷୟରେ ଆଲୋଚନା ପାଠ ହୋଇଛି ତାହା “ସଂପ୍ରତି ଆମ ସମ୍ବିଧାନ ସୁରକ୍ଷିତ କି”? ର ବିଷୟ ରଖିଥିଲେ। ସେ ବିଷୟରେ ଆଜିର ଦେଶରେ ସମ୍ବିଧାନର ବ୍ୟବସ୍ଥା ଆଲୋଚନା ସମାଲୋଚନା କରାଯାଇଥିଲା। ଆଜିର ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟରେ ସର୍ବପ୍ରଥମେ ବି.ଆର.ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଥିଲା ଏହା ପରେ ଆଲୋଚନା ଚକ୍ର କରିବା କାର୍ଯ୍ୟକ୍ରମ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର , ପୂର୍ବତନ ପୌରାଧ୍ୟକ୍ଷ ଅଭିମନ୍ୟୁ ପଣ୍ଡା , ପୂର୍ବତନ କାଉନସିଲର ବିଷ୍ଣୁ ପାଢ଼ୀ , ଉପ ସଭାପତି ଯୁବ କଂଗ୍ରେସ , ଜସ୍ମିନ ସାହିକ ରଫି , ରାଜା ପାତ୍ର , ଯୁବ କଂଗ୍ରେସ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ନଗର କଂଗ୍ରେସ୍ କମିଟି ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ପରିଚାଳନା ହୋଇଥିଲା।

Leave A Reply

Your email address will not be published.