“ଘରେ ରଖାଯାଉଥିବା ପୋଷା ପ୍ରାଣୀଙ୍କ ସ୍ଵାସ୍ଥ୍ୟ ଓ ପରିବାର ସଦସ୍ୟଙ୍କ ଉପରେ ପ୍ରଭାବ” ବିଷୟକୁ ନେଇ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରୁବାର ଦିନ ସ୍ଥାନୀୟ ରାଣୀ ପେଣ୍ଠ ଗ୍ରାମ ଠାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀ ମାନଙ୍କ ତରଫରୁ “ଘରେ ରଖାଯାଉଥିବା ପୋଷା ପ୍ରାଣୀଙ୍କ ସ୍ଵାସ୍ଥ୍ୟ ଓ ପରିବାର ସଦସ୍ୟଙ୍କ ଉପରେ ପ୍ରଭାବ” ବିଷୟକୁ ନେଇ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଛାତ୍ରଛାତ୍ରୀ ମାନେ ଗୃହ ପାଳିତ ପଶୁମାନଙ୍କର ଯତ୍ନ ଓ ପରିବାର ଉପରେ ଏହାର ପ୍ରଭାବ , ପୋଷା ପ୍ରାଣୀମାନଙ୍କ ର ପାଳନ ବିଧି , ଖାଦ୍ୟପେୟ ଓ ପଶୁ ସ୍ଵାସ୍ଥ୍ୟ ସମ୍ବନ୍ଧରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପଶୁ ପାଳନ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଏବଂ ଏହାର ସାମାଜିକ ଉପକାରିତା ବିଷୟରେ ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମଟି ପ୍ରାଣୀଧନ ନିରୀକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟ ‌ନାରାୟଣ ପଣ୍ଡାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା। ପ୍ରକାଶଥାଉକି ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଆୟୋଜିତ ହେବାକୁଥିବା ଜିଲ୍ଲାସ୍ତରୀୟ “ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ” ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ନିମନ୍ତେ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

Leave A Reply

Your email address will not be published.