ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ବାୟୁସେନା କର୍ମଚାରୀ ପ୍ରକାଶଚନ୍ଦ୍ର କରଙ୍କ କିଡ୍ନୀଜନିତ ରୋଗରେ ଅକାଳ ବିୟୋଗ ଘଟିଛି। ନିଜର ଗୋଟିଏ କିଡ୍ନୀ ଦେଇ ଭି ସ୍ୱାମୀଙ୍କୁ ବଞ୍ଚାଇ ପାରିଲେନି। ଭାଗ୍ୟର ବିଡ଼ମ୍ବନା ଆଗରେ ହାରିଗଲେ ସ୍ତ୍ରୀ ଅନିତା। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଗୁଣପୁର ଶାନ୍ତିନଗରର ପ୍ରକାଶ ବାୟୁସେନାରେ ସର୍ଜେଣ୍ଟ ଭାବେ କାମ କରୁଥିଲେ। ଉତ୍ତରାଖଣ୍ଡର ନୈନିତାଲରେ ସେ କାର୍ଯ୍ୟରତ ଥିଲେ। କିଡ୍ନୀ ରୋଗରେ ପୀଡ଼ିତ ହୋଇ କିଛି ମାସ ହେବ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ତାଙ୍କର ଦୁଇଟିଯାକ କିଡ୍ନୀ ଅଚଳ ହେବାରୁ ସ୍ତ୍ରୀ ଅନିତା ଶତପଥୀ ଗତ ସେପ୍ଟେମ୍ବର ୨୦ ତାରିଖରେ ଗୋଟିଏ କିଡ୍ନୀ ଦେଇଥିଲେ। ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରୁ ୨୭ ତାରିଖରେ ପ୍ରକାଶଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ଡିସ୍ଚାର୍ଜ କରିଥିଲେ। ତାହାର ୩ଦିନ ପରେ ଅର୍ଥାତ ୩୦ ତାରିଖରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା। ଅକ୍ଟୋବର ୧ ତାରିଖରେ ପରିବାର ଲୋକଙ୍କ ଉପସ୍ଥିତିରେ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଦିଲ୍ଲୀଠାରେ ହିଁ ବାୟୁସେନା ପକ୍ଷରୁ ତାଙ୍କ ଶେଷକୃତ୍ୟ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.