ଭୁବନେଶ୍ୱର: ଗତ ସୋମବାର ବିଜେବି କଲେଜର ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ” ତରଫରୁ କଲେଜ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନନୀୟ ଅତୀଥି ଭାବେ ବିରଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧାକର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଶ୍ରୀ ଦାସ ବେନହୂର ଓ ବିଜେବି କଲେଜର ଅଧ୍ୟକ୍ଷ ଗୁଲାମ ମଇଉଦ୍ଦିନ ଖାନ ପ୍ରଭୃତ୍ତି ଯୋଗଦାନ କରି ସେମାନଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଓଡି଼ଶା ଯୋନର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସର୍ବେସ ରଞ୍ଜନ ଓ ଭୁବନେଶ୍ୱର ଆଞ୍ଚଳିକ କ୍ଷେତ୍ରର ଉପ-ମହାପ୍ରବନ୍ଧକ ଶ୍ରୀ ନିରଞ୍ଜନ ବାରିକ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ଏହି ଅବସରରେ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆୟୋଜିିତ ହୋଇଥିବା ରଚନା, ବକ୍ତୃତା, ସାଧାରଣ ଜ୍ଞାନ ପ୍ରଭୃତ୍ତି ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗୀତାର କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ନଗଦ ରାଶି, ଫଳକ ତଥା ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବ ଓ ପୁରସ୍କାର ନିମନ୍ତେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ପୂର୍ଣ୍ଣ ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା ।
ଉକ୍ତ ଉତ୍ସବରେ ବିଜେବେ ଫ୍ରେଣ୍ଡସ୍ର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ସମ୍ପଦକ ଶ୍ରୀ ସତ୍ୟବ୍ରତ ଧୂପାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟରେ ରିର୍ଜଭ ବ୍ୟାଙ୍କ ପୂର୍ବତନ ଡେପ୍ୟୁଟି ଗଭର୍ନର ସର୍ବଶ୍ରୀ ହାରୁନ୍ ରସିଦ ଖାନ, ରାଜକିଶୋର ଚୌଧୁରୀ, କୃଷ୍ଣ ଚନ୍ଦ୍ର ପାତ୍ର, କେଦାର ପଟ୍ଟନାୟକ, ରାମଶଙ୍କର ନନ୍ଦ, ଅସିମାନନ୍ଦ ମହାନ୍ତି, ଶ୍ୟାମସୁନ୍ଦର ପଟ୍ଟନାୟକ, ସୁଶ୍ରୀ ଚିତ୍ରା କାନୁନଗୋ, ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ତଥା କଲେଜ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।
ଉତ୍ସବଟିକୁ ବିଜେବି କଲେଜର ଅଧ୍ୟାପିକା ଡା. ଶ୍ରୀମତୀ ସମ୍ପ୍ରତି ପଣ୍ଡା ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.