କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ।ସୂଚନା ମୁତାବକ ଉକ୍ତ ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନଙ୍କ ବୋହୁର ଆଜି ଅପରାହ୍ନରେ ଅସ୍ୱାଭବିକ ଭାବେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ପାଟକୁରା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଆସିବା ବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା ।ପରେ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମୃତ ଘୋଷଣା ମଧ୍ୟ କରାଯାଇଥିଲା ।ମାନସୀଙ୍କ ମୃତ୍ୟୁ ଖବର ତାଙ୍କ ସ୍ୱାମୀ ବାପଘର ଲୋକଙ୍କୁ ଜଣାଇ ନଥିବା ବେଳେ ମୃତ ମହିଳାଙ୍କ ସାନଭାଇ କୌଣସି ଏକ ସୂତ୍ରରୁ ଖବର ପାଇ ମେଡିକାଲରେ ପହଂଚିବା ପରେ ନିଜ ଭଉଣୀର ମର ଶରୀର ଦେଖିଥିଲେ ।ବାଇଶି ଦିନ ତଳେ ମାନସୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ବାଇଶି ଦିନର ପୁଅ ମା କୋଳ ହରାଇ ଥିବା ବେଳେ ମାନସୀଙ୍କ ଭାଇ ପାଟକୁରା ଥାନାରେ ସ୍ୱାମୀ ରାଜେନ୍ଦ୍ର ପ୍ରଧାନଙ୍କ ନାମରେ ଏକ ବଧୂ ହତ୍ୟା ଅଭିଯୋଗ ଆଣିଛନ୍ତି ।ଅଭିଯୋଗ ଭିତିରେ ପାଟକୁରା ଥାନା ପୋଲିସ ତଦନ୍ତ ଆରମ୍ଭ କରି ଜାରି ରଖିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି ।
Sign in
Sign in
Recover your password.
A password will be e-mailed to you.