ମଙ୍ଗଳପୁରରେ ତ୍ରିପୁର ବିଜୟୀ ଦୁର୍ଦ୍ଦାନ୍ତ ରାବଣ ବା ରାମାୟଣ ନାଟକ ଉଦ୍ଘାଟନ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଣେଶ ପୂଜା ଉପଲକ୍ଷେ ଶୁକ୍ରବାର ରାତିରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମରେ ଶ୍ରୀ ବାବା ମୁକ୍ତେଶ୍ଵର ନାଟ୍ୟକାର କଳା ସଂସଦ ଆନୁକୂଲ୍ୟରେ ଗ୍ରାମର ବଛା ବଛା କଳାକାରମାନଙ୍କ ଦ୍ୱାରା ମହାନ୍ ପୌରାଣିକ ନାଟକ ତ୍ରିପୁର ବିଜୟୀ ଦୁର୍ଦ୍ଦାନ୍ତ ରାବଣ ବା ରାମାୟଣ ନାଟକ ମଞ୍ଚସ୍ଥ ହୋଇଯାଇଛି I ଏହି ଅବସରରେ ଶୁକ୍ରବାର ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ନାଟକକୁ ଉଦ୍ଘାଟନ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ବଡ଼ବୋରସିଂ ସରପଞ୍ଚ ରାମେଶ୍ଵର ପାତ୍ର,ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ଉଢୁରା ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ,ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ଆସିକା କେନ୍ଦୀୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ସୁମନ୍ତ କୁମାର ବିଷୋୟୀ, ପୂର୍ବତନ ଗାଙ୍ଗପୁର ସମିତିସଭ୍ୟ ତୁଷାର ବିଷୋୟୀ, କାଉନସିଲର୍ ଭାସ୍କର ପାତ୍ର,ଦିବ୍ୟରଞ୍ଜନ ଦାସ,ପ୍ରଦୀପ ସେଠୀ,ସେବା ସମବାୟ ସଭାପତି ରାଜ୍ କୁମାର ବିଷୋୟୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ରହି କଳାକାରଙ୍କୁ ଉତ୍ସାହିତ କରିଥିଲେ I ବିଶିଷ୍ଟ ସମାଜସେବୀ ସ୍ଵସ୍ତି ସୁନ୍ଦର ସିଅ କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା କରିଥିଲେ I ଏହି ନାଟକକୁ ଗଞ୍ଜାମ ଜିଲ୍ଲାର ଖ୍ୟାତନାମା ନାଟ୍ୟକାର ଢୁଙ୍କାପଡ଼ା ଗ୍ରାମର ଲୋକନାଥ ବେହେରା ରଚନା କରିଥିବା ବେଳେ ଗୁଣ୍ଠପଡ଼ା ଗ୍ରାମର ନାଟ୍ୟ ନିର୍ଦ୍ଦେଶକ ପଙ୍କଜ କୁମାର ସାହୁ ନିର୍ଦ୍ଦେଶନା ଦେଇଥିଲେ I ନାଟକଟି ଗ୍ରାମର କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିବା ବେଳେ ଅଞ୍ଚଳରେ ଅନୁଷ୍ଠିତ ବିଭିନ୍ନ ଯାତ୍ରାକୁ ଦୃଷ୍ଟିରେ ରଖି ଏହି ସଂପୂର୍ଣ୍ଣ ରାମାୟଣ ନାଟକକୁ ପ୍ରସ୍ତୁତ କରାଯାଇଥିବା ଅନୁଷ୍ଠାନ ସମ୍ପାଦକ ତଥା ସାମ୍ବାଦିକ ମାଧବ ଚନ୍ଦ୍ର ଆପଟ ପ୍ରକାଶ କରିଛନ୍ତି I ପରିବେଷିତ ହୋଇଥିବା ନାଟକଟି ଅତି ଉଚ୍ଚକୋଟୀର ହୋଇଥିବାରୁ ନାଟକ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା ଏବଂ ସେମାନେ ଦିନ ଏଗାର ଘଂଟା ପର୍ଯ୍ୟନ୍ତ ନାଟକଟିକୁ ଉପଭୋଗ କରିଥିଲେ I ଅନୁଷ୍ଠାନ ସଭାପତି ଜ୍ୟୋତିରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ମାଧବ ଚନ୍ଦ୍ର ଆପଟ, କୋଷାଧ୍ୟକ୍ଷ ଶରତ କୁମାର ସ୍ୱାଇଁଙ୍କ ସମେତ କଳା ସଂସଦର ସଦସ୍ୟ ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ୍ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I

Leave A Reply

Your email address will not be published.