ଅସ୍ତରଙ୍ଗ(ଦୁଃଶାସନ ନାୟକ) : ସେପ୍ଟେମ୍ବର ୧୬ ହେଉଛି ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ । ଏହି ସଫେଇ ଦିବସ ଉପଲକ୍ଷେ,ପୁରୀ ଜିଲ୍ଲା ଅସ୍ତରଙ୍ଗ ପିର ଯାହାନୀଆ ବେଳାଭୂମି ରେ ଅନୁଷ୍ଠିତ ହୋଇଯାଇଅଛି ବେଳାଭୂମି ସଫେଇ ସହ ସଚେତନତା କାର୍ଯ୍ୟକ୍ରମ । ଗ୍ରୀନ ଲାଇଫ ରୁରାଲ ଆସୋସିଏସନ୍ ପୁରୀ,ବେଳାଭୂମି ସାହିତ୍ୟ ସଂସଦ , ଅସ୍ତରଙ୍ଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଳାଭୂମି ସଫେଇର ଶୁଭ ଉଦଘାଟନ କରିଥିଲେ,କ୍ରୀଡା, ଯୁବ ସେବା,ଆଇଟି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା । ମହିଳା ଦଳ,ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ,ବେଳାଭୂମି ସାହିତ୍ୟ ସଂସଦର କର୍ମକର୍ତ୍ତା, ବନ ବିଭାଗ କର୍ମଚାରୀ,ସେଚ୍ଛା ସେବୀ ସଂଗଠନ ହିଟ୍ରିକି,ଗଣ ମାଧ୍ୟମ ପ୍ରତିନିଧି ଆଦି ସାମିଲ ରହି ସମୁଦ୍ର ବେଳା ଭୂମିର ପ୍ରାୟ ୧୦ କିଲୋମିଟର ସଫା କରିଥିବା ବେଳେ ବଣ ଭୋଜି ସ୍ଥଳ ମଧ୍ୟ ସଫେଇ କରାଯାଇଥିଲା । ଏହା ପରେ ବେଳା ଭୂମି ଓ ପରିବେଶ ସୁରକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବକ୍ତାମାନେ ଅଲିଭ ରିଡ଼ଲେ କଇଁଚଙ୍କ ସୁରକ୍ଷିତ ଅଣ୍ଡା ଦାନ, ପ୍ଲାଷ୍ଟିକ ବର୍ଜନ, ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ,ଜଙ୍ଗଲରେ ନିଆଁ କୁ ବର୍ଜନ, ସହ ଜହାନିଆ ପୀଠର ବିକାଶ, ଗଙ୍ଗାଦେବିରେ ସ୍ଥାୟୀ ଇକୋ ରିଟ୍ରିଟ, ଦେବୀ ନଦୀରେ ବୋଟିଂ ଓ ବେଳାଭୂମି ର ଉନ୍ନତି କରଣ କାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ଆଗେଇ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଥିଲେ ।
ଅପର ପକ୍ଷରେ,ଅସ୍ତରଙ୍ଗ ବ୍ଲକ ବିଜୁ ଜନତା ଦଳ ତରଫରୁ ବେଳାଭୂମି ସଫେଇ ମଧ୍ୟ ଅନୁଷ୍ଠିତ ହୋଇ ଯାଇ ଅଛି । ଏଥିରେ ବିଜୁ ଯୁବ ବାହିନୀଙ୍କ ସମେତ, ଅନେକ ବ୍ଲକ ସ୍ଥରିୟ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ ରେ ବେଳାଭୂମି ସାହିତ୍ୟ ସଂସଦ ର ସଂପାଦକ ଦୁଃଶାସନ ନାୟକ, ଫରେଷ୍ଟର ବଳରାମ ସାହୁ,ସରପଞ୍ଚ କ୍ଷୀରୋଦ କାଣ୍ତୀ, ସମିତି ସଭ୍ୟ,ବିମ୍ବାଧର ବିଶ୍ଵାଳ,ଆରତୀ କାଣ୍ତୀ, ବନ ସୁରକ୍ଷା ସମିତିର ଚାରୁଲତା ବିଶ୍ଵାଳ,ଜିଲ୍ଲା ପରିଷଦ ସଭ୍ୟ ସରସ୍ଵତୀ ସ୍ବାଇଁ, ପ୍ରମୁଖ ବହୁ ଜନତା ସାମିଲ ଥିଲା ବେଳେ,ଏହିସବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ବେଳାଭୂମି ସାହିତ୍ୟ ସଂସଦ ର ସଂଯୋଜକ ଶୋଭାକର ବେହେରା ।
Sign in
Sign in
Recover your password.
A password will be e-mailed to you.