ବ୍ଳକ ସ୍ତରୀୟ ଖୋଖୋ ଚମ୍ପିଆନସିପ୍

0

ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଲକର ପିପିପି ହାଇସ୍କୁଲ ବରିହାପୁଖାପାଣି ଖେଳ ପଡିଆରେ ଗାଇସିଲାଟ ବ୍ଳକ ସ୍ତରୀୟ ଖୋଖୋ ଚମ୍ପିଆନସିପ୍ ଅନୁଷ୍ଠିତ ହୋଇଯାଇଛି। ବ୍ଳକର ଚାରୋଟି ଜୋନ୍ ରୁ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ଏହି କାର୍ଯ୍ୟକ୍ରମ କୁ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଧବଳେଶ୍ୱର ବରିହା ଏହାକୁ ଉଦଘାଟନ କରିଥିଲେ। ଉଦଯାପନ ସମାରୋହକୁ ବ୍ଳକର ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନୀଲ କୁମାର ବେହେରା ମୁଖ୍ୟ ଅତିଥି, ଆୟୋଜକ ହାଇସ୍କୁଲ ପ୍ରଧାନ ଶିକ୍ଷକ ବଳରାମ ବଗର୍ତ୍ତି ସଭାପତି ,ବ୍ଳକ କ୍ରୀଡା ସଂଘର ସଭାପତି ହେମନ୍ତ କୁମାର ପଣ୍ଡା, ସମ୍ପାଦକ କଂଗ୍ରେସ ପ୍ରଧାନ , ଫିରିଙ୍ଗିମାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଡନସନା,କନ୍ଦାଗାଡ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଷ୍ଣୁ ଭୋଇ,ଜାମୁଟପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ପର୍ଶୁରାମ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ।
ଏହି ଚମ୍ପିଆନସିପ୍ କୁ ବ୍ଳକର ସମସ୍ତ କଲେଜ ଓ ହାଇସ୍କୁଲର କ୍ରୀଡା ଶିକ୍ଷକ ମାନେ ପରିଚାଳନା କରିଥିବାବେଳେ ଆୟୋଜକ ସ୍କୁଲର ଶିକ୍ଷକ ମୋହନ ରଣା, ଗଙ୍ଗାଧର କୁମ୍ଭାର, ରବିନାରାୟଣ ବେହେରା,ରାଧେଶ୍ୟାମ ପ୍ରଧାନ ତଥା ଅନ୍ୟାନ୍ୟ କର୍ମଚାରୀ ସହଯୋଗିତା କରିଥିଲେ। ଏଥିରେ ଗାଇସିଲାଟ ଜୋନ୍ ତିନୋଟି ବିଭାଗରେ ଚମ୍ପିୟାନ ହୋଇଥିବା ବେଳେ କଠଉମାଲ ଜୋନ୍ ଗୋଟିଏ ବିଭାଗରେ ଚମ୍ପିୟାନ ହୋଇଥିଲେ। ସେହିପରି ଚାଣ୍ଟିପାଲି ଜୋନ୍ ଦୁଇଟି ବିଭାଗ ଏବଂ ଗାଇସିଲାଟ ଓ କଠଉମାଲ ଜୋନ୍ ଗୋଟିଏ ଲେଖାଏଁ ବିଭାଗରେ ରନର୍ସ୍ ଅଫ୍ ହୋଇଥିଲା। ଶିକ୍ଷକ ଉଦ୍ଧବ ଡନସନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.