ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଞ୍ଚି ଥାଉ ଥାଉ ଝିଅର ଦଶାକାର୍ଯ୍ୟ କଲେ ପରିବାର ଲୋକେ। ଝିଅ ଅନ୍ୟ ଧର୍ମର ପୁଅ କୁ ପ୍ରେମ ବିବାହ କଲେ ବୋଲି ପରିବାର ଲୋକେ କଲେ ଶୁଦ୍ଧିକ୍ରିୟା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ। ଗାଁର ସହଦେବ ସାହୁଙ୍କ ଝିଅ ଚାନ୍ଦିନୀ ସାହୁ ଗତ ୨ ତାରିଖ ଶନିବାର ଦିନ ରାତିରେ ଘରୁ କେଉଁ ଆଡେ ଚାଲିଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ।
ତେବେ ଗତ ୪ ତାରିଖ ଦିନ ଗାଁର ଜଣେ ଅନ୍ୟ ଧର୍ମର ପୁଅ ସହ କୋର୍ଟ ରେ ବିବାହ କରିଥିବା ଫୋଟ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏନେଇ ୬ ତାରିଖ ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା ସହଦେବ। ତେଵେ ଝିଅ ଘର ହିନ୍ଦୁ ଧର୍ମର ହୋଇଥିବା ବେଳେ ଅନ୍ୟ ଧର୍ମର ପୁଅ କୁ ବିବାହ କରିଥିବା ଯୋଗୁଁ ଜାତି ଓ ଧର୍ମ କୁ ଅପମାନ ହୋଇଛି। ତେଣୁ ଝିଅ ମରିଗଲା ବୋଲି କହିବା ସହ ତାର ଫୋଟରେ ଫୁଲ ମାଳ ପକାଇ ପୁରୋହିତଙ୍କ ଦ୍ୱାରା ଶୁଦ୍ଧିକ୍ରିୟା କରାଯାଉଥିବା କହିଛନ୍ତି ପରିବାର ଲୋକ।
Sign in
Sign in
Recover your password.
A password will be e-mailed to you.