ନୃସିଂହନାଥ ମନ୍ଦିର ପରିସରରେ ଉନ୍ନୟନ ମୂଳକ କାର୍ୟ୍ଯ ତଦାରଖ କଲେ ଜିଲ୍ଲାପାଳ

0

ବରଗଡ଼ :-ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଆଜି ମଧ୍ୟାହ୍ନରେ ପାଇକମାଲ ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରିବା ପରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିରରେ ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ଉନ୍ନୟନ ମୂଳକ କାର୍ଯର ତଦାରଖ କରିବା ପାଇଁ ପହଞ୍ଚି ଥିଲେ । ଏହି ଅବସରରେ ଜିଲ୍ଲାପାଳ ପ୍ରଥମେ ନିର୍ମାଣାଧୀନ ନୂତନ ଶୌଚାଳୟର କାର୍ଯ ତଦାରଖ କରିବା ସମୟରେ କାର୍ୟ୍ଯ ସମ୍ପାଦନ କରୁଥିବା ସଂସ୍ଥା କୁ ନିର୍ଧାରିତ ସମୟ ସୀମା ମଧ୍ୟରେ ଠିକ ଭାବରେ କାର୍ୟ୍ଯ ସମ୍ପାଦନ କରିବା ପାଇଁ ତାଗିଦ କରିବା ସହିତ , ମନ୍ଦିର ସିଂହ ଦ୍ୱାରା ନିକଟରେ ନିର୍ମାଣାଧୀନ ଦୁଇ ମହଲା ବିଶିଷ୍ଠ କୋଠାଘରର ନିର୍ମାଣ କାର୍ୟ୍ଯ ର ଅନୁଧ୍ୟାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ନୃସିଂହନାଥ ମନ୍ଦିର କୁ କେମିତି ଆହୁରି ଅଧିକ ପର୍ଯଟକ ଓ ତୀର୍ଥଯାତ୍ରୀ ଆସିବେ ଓ ତୀର୍ଥଯାତ୍ରୀ ତଥା ପର୍ଯଟକ ମାନଙ୍କ ଆବଶ୍ୟକତା କୁ ପୂରଣ କରିବା ନିମନ୍ତେ ରାଜ୍ୟ ସରକାର ନୃସିଂହନାଥ ମନ୍ଦିର ପାରିପାର୍ଶ୍ବିକ ଉନ୍ନତି କରଣ ପାଇଁ ଏକ ବିରାଟ ଯୋଜନା ହାତକୁ ନେଇ କାମ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯୟର କାର୍ୟ୍ଯ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଙ୍କର ବ୍ୟକ୍ତିଗତ ସଚିବ ତାଙ୍କର ନୃସିଂହନାଥ ଗସ୍ତ ସମୟରେ ଘୋଷଣା କରିଥିଲେ । 5T ସଚିବ ଙ୍କର ଦ୍ୱାରା ଘୋଷଣା କରାଯାଇଥିବା ତାରିଖ ମଧ୍ୟରେ କାମ ସାରିବା ପାଇଁ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାପାଳ ଙ୍କର ସହିତ ପିଡ଼ି ଶ୍ରୀ ଆଦିତ୍ୟ ଗୋୟଲ , ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ନାଥ ସାହୁ , ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଓ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ

Leave A Reply

Your email address will not be published.