ଭୁବନେଶ୍ଵର : ଆମ୍ରି ହସ୍ପିଟାଲ୍ ଭୁବନେଶ୍ବର ପକ୍ଷରୁ ବିଶ୍ବ ଫିଜିଓଥେରାପି ଦିବସ ଉପଲକ୍ଷେ କଣ୍ଟିନିଅସ୍ ଫିଜିଓଥେରାପି ଏଜୁକେସନ୍ (ସିପିଇ) ପଞ୍ଚମ ସଂକ୍ରମଣ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଫିଜିଓଥେରାପି ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ | ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଜୁଆନ୍ ଗୁଇଲନ୍ ଏବଂ ସମ୍ମାନିତ ଅତିଥି ଭାବେ ଏସ୍.ଭି.ନିତାର୍ର ବିଭାଗୀୟ ମୁଖ୍ୟ ଡକ୍ଟର ପତିତପାବନ ମହାନ୍ତି ଯୋଗ ଦେଇଥିଲେ ।
କେବଳ ବୟସ୍କ ବ୍ୟକ୍ତି, କୌଣସି ରୋଗର ଚିକିତ୍ସା ପରେ କିମ୍ବା ରୋଗୀ ନୁହନ୍ତି ଆମର ଦୈନନ୍ଦିନ ଜୀବନରେ ଫିଜିଓଥେରାପୀର ଆବଶ୍ୟକତା ଏବଂ ଏକ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ଫିଜିଓଥେରାପୀ କେତେ ପରିମାଣରେ ସହାୟକ ହୋଇଥାଏ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ନିମନ୍ତ୍ରୀତ ଅତିଥି ମାନେ ଫିଜିଓଥେରାପୀର ବିଭିନ୍ନ ଦିଗପ୍ରତି ଆଲୋଚନା କରିବା ସହିତ ଅତ୍ୟାଧୁନିକ ପଦ୍ଧତିରେ କିଭଳି ଫିଜିଓଥେରାପୀ କରାଯାଏ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।
ଏହିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆମ୍ରି ହସ୍ପିଟାଲ୍ ଭୁବନେଶ୍ଵରର ୟୁନିଟ୍ ମୁଖ୍ୟ ଡକ୍ଟର ରୋହିତ ଯଶୱାଲ, ମେଡିକାଲ ସୁପରିଟେଣ୍ଟନ୍ ଡାକ୍ତର ସିର୍ଦ୍ଧାର୍ଥ ମିଶ୍ର , ମାନବସମ୍ବଳ ବିଭାଗ ମୁଖ୍ୟ ସୁଶ୍ରୀ ରାଜଶ୍ରୀ ଉପାଧ୍ୟାୟଙ୍କ ସମେତ ଆମ୍ରି ହସ୍ପିଟାଲର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଶେଷରେ ଆମ୍ରିହସ୍ପିଟାଲର ଫିଜିଓଥେରାପି ବିଭାଗୀୟ ମୁଖ୍ୟ ଡାକ୍ତର ଶିବାନୀ ତ୍ରିପାଠୀ (ପିଟି.) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଫିଜିଓଥେରାପୀ ଦିବସର ଲକ୍ଷ୍ୟ ଏବଂ ଆମକୁ ସୁସ୍ଥ୍ୟ ଓ ଏକ ଯନ୍ତ୍ରଣାମୁକ୍ତଜୀବନ ଅତିବାହିତ କରିବାରେ ଫିଜିଓଥେରାପୀର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.