କୁଚିଣ୍ଡା/ଅଜୟ ବାଘ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କିରାଶାସନ ଶ୍ରୀ ଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ର ୨୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି ।ଅବସର ପ୍ରାପ୍ତ ଶିକ୍ଷକ ନୃପାଲାଲ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବକୁ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା ଇତିହାସ କହିବା ସଙ୍ଗେ ସଙ୍ଗେ ପୂର୍ଣ୍ଣାଙ୍ଗ ଶିକ୍ଷା କୁ ଏକ ଗଣ ଆନ୍ଦୋଳନର ରୂପ ଦେବାକୁ ଆହ୍ବାନ କରିଥିଲେ ।ଉତ୍ସବରେ କିଣ୍ଡିରାସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷା ସୁଶ୍ରୀ ସୁପ୍ରଭା ଚୌଧୁରୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପୂର୍ଣ୍ଣାଙ୍ଗ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ । ସରୋଜ ପଣ୍ଡା ଆଲୋକ ସେନା ଗଠନ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।ପ୍ରାରମ୍ଭରେ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ସୌଭାଗ୍ୟ କୁମାର ପଟେଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟକ୍ଷ ତେଜରାଜ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ଲକ୍ଷ୍ମଣ କିସାନ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ପରେ ଶିକ୍ଷାକେନ୍ଦ୍ର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା।ଶେଷରେ ସୁଶ୍ରୀ ସୁପ୍ରଭା ଚୌଧୁରୀ ଓ ସୁବାସ ନାୟକ ମିଳିତ ଭାବରେ ଭାରତର ଆଧ୍ୟାତ୍ମିକ ପତାକା କୁ ଅବତରଣ କରି କାର୍ଯ୍ୟକ୍ରମ କୁ ଉଦଯାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.