କୁଚିଣ୍ଡା/ଲିପନ ନାୟକ : କୁଚିଣ୍ଡାସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଓ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆଜି ବିଶ୍ୱ ସାକ୍ଷରତା ଦିବସ ପାଳନ ସହ ଏହି ସ୍କୁଲ ରେ ବିଗତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ତିନିଜଣ ମେଧାବୀ ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଏହି ଉତ୍ସବରେ କୁଚିଣ୍ଡା ଆଇ ଟି ଡି ଏ ର ଯୋଜନା ପ୍ରଶାସକ ହେମ ସାଗର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମେଧା ଓ ପ୍ରତିଭା ର ସମ୍ମାନ କୁ ସ୍ବାଗତ କରିବା ସହ ଦେଶକୁ ସଂପୂର୍ଣ୍ଣ ସାକ୍ଷର କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।ମୁଖ୍ୟ ବକ୍ତା ଭାବରେ ଭାତପୁରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଯୋଗଦେଇ ପ୍ରତିଭା ବିକାଶ କୁ ଏକ ଆନ୍ଦୋଳନ ର ରୂପ ଦେବାକୁ ହେବ ବୋଲି କହିଥିଲେ ।ପ୍ରାରମ୍ଭରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଚକ୍ରଧର ମାଝୀ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।ଅଭିଯାନ ର ସଂଯୋଜକ କିଶାନ ବାର୍ଷିକ ବିବରଣୀ ସହ ଅଭିଯାନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ । ସ୍କୁଲ ଟପ୍ପର ଭାବରେ ସୀମାରେଖା ବାଘ,ପ୍ରଥମ ,ତନୁଜା କିଶାନ,ଦ୍ବିତୀୟ, ଏବଂ ସୁରମା ପ୍ରଧାନ ତୃତୀୟ ସ୍ଥାନ ଗ୍ରହଣ କରିଥିବା ମେଧାବୀ ଛାତ୍ରୀ ଙ୍କୁ ମାନପତ୍ର ଦେଇ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ ।ଏହା ବ୍ୟତୀତ ବିଗତ ବର୍ଷ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ କ୍ରୁତିତ୍ଵ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା ।ଶେଷରେ ଅଭିଯାନ ର ସଦସ୍ୟ ବିଜୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମଟିକୁ ସ୍ବେଚ୍ଛାସେବୀ ମାନସୀ ବଗର୍ତ୍ତି, ନୃପଳାଲ ଦେବ,ସହକାରୀ ଶିକ୍ଷୟିତ୍ରୀ ମଞ୍ଜିଲ ନାୟକ , ଭାରତୀ ଭୋଇ, ଅଧ୍ୟାପକ ଅନଙ୍ଗ ପଟେଲ ପ୍ରମୁଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post