ଐତିହାସିକ ଭାରତ ଯୋଡଯାତ୍ରାର ଏକବର୍ଷ ପୂର୍ତ୍ତି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ କଂଗ୍ରେସ ନେତ ଶ୍ରୀ ଯୁକ୍ତ ରାହୁଲ ଗାନ୍ଧୀଙ୍କ ଐତିହାସିକ ଭାରତ ଯୋଡ ପଦଯାତ୍ର ସଫଳତାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁବାର ଦିନ ଅପରାହ୍ନ ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଯୁକ୍ତ ଶରତ ଚନ୍ଦ୍ର ପଟ୍ଟନାୟକ ଙ୍କ ନିର୍ଦ୍ଦେଶନା ଅନୁଯାୟୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି ଏବଂ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଦେଶବ୍ୟାପୀ ଭାରତଯୋଡ ଯାତ୍ରା ର ସଫଳତାର ଏକ ବର୍ଷ ସଂପୂର୍ଣ୍ଣ ହୋଇଥିବା ସଫଳତା କୁ ନେଇ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା।
ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ର ଅଭିମନ୍ୟୁ ପଣ୍ଡା , ସୂର୍ଯ୍ୟ ନାରାୟଣ ପାତ୍ର , ରାମଚନ୍ଦ୍ର ଦଳେଇ , ବେର୍ନିକ ଗମାଙ୍ଗ, ଇଶ୍ଵର ମାଝୀ , ସନ୍ତୋଷ ପଣ୍ଡା , ଲୋକି ପାତ୍ର , ରାଜାପାତ୍ର , ମନଉଶଆବତ , ନିରାକାର ପାଣିଗ୍ରାହୀ , ଦଣ୍ଡ ଚରଣ ପଣ୍ଡା ଛାତ୍ର କଂଗ୍ରେସ , ଯୁବ କଂଗ୍ରେସ , ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା।

Leave A Reply

Your email address will not be published.