ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ଅଞ୍ଚଳରେ ବିଶିଷ୍ଟ ସମାଜସେବୀ ପ୍ରଫୁଲ ସାମନ୍ତରାୟଙ୍କ ବିରୋଧୀ ଅଞ୍ଚଳ ର ନିରୀହ ଆଦିବାସୀ ଲୋକଙ୍କୁ ଢାଲ ସଜାଇ ଟଙ୍କା ଲୁଟ ଦର୍ଶାଯାଇଥିବା ପାର୍ଷଲି ପଞ୍ଚାୟତରେ ପୋଷ୍ଟର ବିଭିନ୍ନ କାଁଥ ବାଡ଼ ରେ ଲଗାଯାଇଥିବା ଦେଖିବାକୁ ମିଳିଛି ।
ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଖଣି ଗଛିତ ରହିଥିବା ବେଳେ ଏହା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହେଉଛି ରାୟଗଡା । ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ପାହାଡ଼ ପର୍ବତ ରେ ବକ୍ସାଇଟ ଗଛିତ ରହିଥିବା ବେଳେ ଏଠାରେ ବସବାସ କରୁଥିବା ସମ୍ପ୍ରଦାୟ ଲୋକମାନେ ହେଉଛନ୍ତି ଆଦିବାସୀ । କଞ୍ଚାମାଲ ପାଇଁ ଉଦ୍ୟଗ ସଂସ୍ଥା ଚାହିଦା ପାଉଥିବା ବେଳେ ପ୍ରଭାବିତ ହେଉଛନ୍ତି କେବଳ ଆଦିବାସୀ । ଏହାକୁ ଦୃଷ୍ଟିରେ ରଖି କିଛି ସମାଜ ସେବୀ ସଂସ୍ଥାନ ଆଗକୁ ଆସୁ ଆଦିବାସୀ ଙ୍କୁ ନ୍ୟାୟ ଦେବାକୁ ଦୁଇ ଦସନ୍ଦି ରୁ ପ୍ରୟାସ ଜାରି ରଖିଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରାୟ ଅନ୍ୟତମ । ପ୍ରକାଶ ଥାଉ କି ଲାଞ୍ଜିଗଡ଼ ବେଦାନ୍ତ ହେଉକି ଜିଲ୍ଲା ଅନ୍ତର୍ଗତ କାଶୀପୁର ଅଞ୍ଚଳର ଉତ୍କଳ ଆଲୁମିନା କି କଡ଼ିଙ୍ଗା ମାଳି ହେଉ । ସମସ୍ତ ଖଣି ଅବା ଶିଳ୍ପାଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମଧ୍ୟରେ ସେ ଶିଳ୍ପ ପ୍ରତିଷ୍ଠା ବିରୋଧ ଓ ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗ ହେଇଆସୁଅଛି । ବର୍ତ୍ତମାନ ସ୍ଥିତିରେ କାଶୀପୁର ଅଞ୍ଚଳରେ ସରକାର ଙ୍କର ସ୍ପିକୃତିରେ ସିଜିମାଜି ଓ କୂଟରୁ ମାଳି କୁ ବେଦାନ୍ତ ଓ ଆଡାନୀ ଲିଜ ପ୍ରଦାନ କରାଯାଇଛି । ଏଥିରେ ମଧ୍ୟ ପ୍ରଫୁଲ୍ଲ ସାମନ୍ତରାୟ ପହଞ୍ଚି ସ୍ଥାନୀୟ ଜନସାଧାରଣ କମ୍ପାନୀ ବିରୋଧ ରେ ଉତ୍ତେଜନା ପାଇଁ ଉସକାଉଥିବା ପୁଣି ଅଶାନ୍ତ ର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ହେଲେ ଏଭଳି ଜନବିରୋଧୀ କାର୍ଯ୍ୟକ୍ରମ କୁ ଦେଖି ପ୍ରଥମ ଥର ପାଇଁ ନିୟମଗିରି ଯୁବ କମିଟି ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରାୟ ବିରୋଧ ରେ ଆଦିବାସୀ ନା ରେ ବିଦେଶୀ ସମାଜସେବୀ ସଂସ୍ଥା ତଥା ଶିଳ୍ପ ଉଦ୍ୟଗି ଙ୍କ ଠାରୁ ଟଙ୍କା ଲୁଟ କରୁଥିବା ଏକ ୮ ଦଫା ସମ୍ବଳିତ ପୋଷ୍ଟେର ରାୟଗଡା ଜିଲ୍ଲା କେ ସିଙ୍ଗପୁର ଅଞ୍ଚଳର ପାର୍ଷଲି ପଞ୍ଚାୟତର ବିଭିନ୍ନ କାଁଥ ବାଡ଼ ରେ ମରାଯାଇଛି । ଅଭିଯୋଗ ନେଇ କିଏ, କଣ ଉଦ୍ଧେଶ୍ୟ ନେଇ ଏଭଳି କାମ କରିଥିବା ସ୍ପଷ୍ଟ ହେଇ ନ ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ସମ୍ମାନା କୁ ଆସିନାହିଁ ।
Sign in
Sign in
Recover your password.
A password will be e-mailed to you.
Prev Post