ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

0

ଜମନକିରା / ଲିପନ ନାୟକ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କୁନ୍ତରା ରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହ ରେ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ରାଧାକୃଷ୍ଣ ବେଶରେ 98 ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ରୂପେ ଶ୍ରୀ ଯୋଗେଶ୍ୱର ବାରିକ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ ଆଶୀର୍ବଚନ ପ୍ରଦାନ କରିଥିଲେ l ବିଦ୍ୱତ ପରିଷଦ ର ସଂଯୋଜକ ଶ୍ରୀ ସତ୍ୟାନନ୍ଦ ନାଏକ, ପରିଚାଳନା ସମିତି ସଭାପତି ଶ୍ରୀ ଅଯୋଧ୍ୟା କୁମାର ପଟେଲ, ସମ୍ପାଦକ ଶ୍ରୀ ପ୍ରଶନ୍ନ କୁମାର ନାଏକ, କୋଷାଧକ୍ଷ ଶ୍ରୀ ପ୍ରଭାକର ପଟେଲ, ବିଦ୍ୱତ ପରିଷଦ ସଭାପତି ଶ୍ରୀ ନରେଶ ଚନ୍ଦ୍ର ପଟେଲ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ l ଆଚାର୍ଯ୍ୟ ମୌସୁମୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜୟନାରାୟଣ ପଟେଲ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ପୂର୍ଣଚନ୍ଦ୍ର ପୃସେଠ, ଶ୍ରୀ ବୁଦ୍ଧଦେବ ଚାନ୍ଦ, ଶ୍ରୀ ଗଗନଚନ୍ଦ୍ର ରଣା, ଶ୍ରୀ ମୁକୁନ୍ଦ ସାହୁ ପ୍ରମୁଖଙ୍କ ତତ୍ୱାବଧାନରେ ଶିଶୁଙ୍କ ଦ୍ୱାରା ନଗର ଭ୍ରମଣ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଅଭିଭାବିକା ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.