ପାରଳାଖେମୁଣ୍ଡି ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡରଧାକାନ୍ତ ମଠ ପ୍ରାଙ୍ଗଣରେ ରବିବାର ଦିନ ବ୍ରାହ୍ମଣ ଦେବତା ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ବହୁ ଶାନ୍ତି ପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଥିଲା। ଏଥିରେ ପାରଳାଖେମୁଣ୍ଡି ସହରର ୩୦ ଜଣ ବ୍ରାହ୍ମଣ ଦେବ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ବୈଠକରେ ସମସ୍ତଙ୍କୁ ନିଜର ମତ ପରିପ୍ରକାଶ କରିବା ପାଇଁ ସୁଯୋଗ ଦିଆଯାଇଥିଲା। ସମସ୍ତେ ନିଜ ନିଜର ମତାମତ ପରିପ୍ରକାଶ କରି ବୈଠକର ଆଗ୍ରହକୁ ବଢ଼ାଇଥିଲେ। ବିଭିନ୍ନ ସ୍ବାଗତ ଯୋଗ୍ୟ ମତ ଏବଂ ପ୍ରସ୍ତାବ ଆସିଲା। ତନ୍ମଧ୍ୟରୁ ଏକ ସାଧାରଣ ମତ ଥିଲା “ସଂଗଠନ କୁ ସୁଦୃଢ଼ୀକରଣ”। ପାରଳାଖେମୁଣ୍ଡିର ପ୍ରତ୍ୟେକ ବ୍ରାହ୍ମଣ ପରିବାରକୁ ଯେପରି ଅନ୍ତର୍ଭୁକ୍ତ କରାଯିବ ସେଥି ପ୍ରତି ପ୍ରାଧାନ୍ୟ ଦେବା ପାଇଁ ଆଲୋଚନା ଓ ପର୍ଯ୍ୟଲୋଚନା ହୋଇଥିଲା। ପରିଶେଷରେ ସମସ୍ତଙ୍କ ସହମତି କ୍ରମେ ପ୍ରତ୍ୟେକ ୱାର୍ଡ ରେ କିଛି ବ୍ୟକ୍ତିଙ୍କୁ ଦାୟିତ୍ଵ ଦେବା ପାଇଁ ସ୍ଥିର କରାଯାଇଥିଲା। ସେହି ବ୍ୟକ୍ତି ବିଶେଷ ମାନେ ନିଜ ନିଜ ୱାର୍ଡ ର ପ୍ରତ୍ୟେକ ସାହି ରେ ଥିବା ବ୍ରାହ୍ମଣ ପରିବାରଙ୍କ ସହ ଯୋଗାଯୋଗ କରି ବ୍ରାହ୍ମଣ ସମାଜ ବିଷୟରେ ଜଣାଇ ସେମାନଙ୍କ ନାମ ଓ ଠିକଣା ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।
ପରିଶେଷରେ ପ୍ରତ୍ୟେକ ମାସର ପ୍ରଥମ ରବିବାର ଦିବା ୧୦.୦୦ ଘଣ୍ଟିକା ସମୟରେ ବୈଠକ କରିବା ପାଇଁ ସ୍ଥିର ହେଲା। ଆଜି ର ବୈଠକ ରେ ବସନ୍ତ କୁମାର ପଣ୍ଡା , ରାଜେନ୍ଦ୍ର ରଥ , ଅମୂଲ୍ୟ ପାଣିଗ୍ରାହୀ , ଅଭିମନ୍ୟୁ ପଣ୍ଡା , ମନୋଜ ଦାସ , ହରି ନାଥ ପାତ୍ର , ବୁଣା ତ୍ରିପାଠୀ ପୂରହୀତ , ପାଣିଗ୍ରାହୀ , ଧିରେନ ପଣ୍ଡା , ଅରୁଣ ପଣ୍ଡା , ପ୍ରକାଶ ଚୌଧୁରୀ , ଭାଗବତ ପାଢ଼ୀ , ଶୁଶିଲ ପାଣିଗ୍ରାହୀ , ଅଶ୍ୱିନୀ ପାଢ଼ୀ , ନୃସିଂହ ଚରଣ ମିଶ୍ର , ରବି ନାରାୟଣ ଦାସ , ପ୍ରମୁଖ ବ୍ରାହ୍ମଣ ଦେବତା ଉପସ୍ଥିତ ରହି ବୈଠକ ଟି ସୁଚାରୁରୂପେ ଚଳାଇବା କରିବା ସହିତ ଆଗାମୀ ବୈଠକ ପାଇଁ ସୁଚିନ୍ତିତ ମତାମତ ରଖିଛନ୍ତି ବ୍ରାହ୍ମଣ ଦେବତା ମାନେ।

Leave A Reply

Your email address will not be published.