ଜାଳେଣୀ ଗ୍ୟାସ ରିହାତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମହିଳା

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ଖୁସି ଓ ସୁସ୍ଥ ରଖିବା ପାଇଁ ଭାରତରେ ୯କୋଟି ୬୦ ଲକ୍ଷ ପରିବାରକୁ ଉଜ୍ୱଳା ଯୋଜନାରେ ମାଗଣା ନୂତନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ପୁଣି ୭୫ଲକ୍ଷ ନୂଆ ସଂଯୋଗ ଦିଆଯାଇ ଏହାକୁ ୧୦କୋଟି ୩୫ଲକ୍ଷ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ମଧ୍ୟ କରାଯାଇଛି । ବିଜେପିର ବିଗତ ୯ବର୍ଷ ଶାସନକାଳ ମଧ୍ୟରେ ପୂର୍ବରୁ ରହିଥିବା ୧୪କୋଟି ଗ୍ୟାସ ଉପଭୋକ୍ତାଙ୍କୁ ୩୩କୋଟିରେ ପହଂଚାଇ ଦିଆଯାଇ ଜାଳେଣୀ ଗ୍ୟାସ ଯୋଗାଣ କ୍ଷେତ୍ରରେ ବ୍ୟାପକ ପରିବର୍ତନ କରାଯାଇଛି । ଏହାଛଡ଼ା ରାକ୍ଷୀପୂର୍ଣ୍ଣିମା ଅବସରରେ ସମସ୍ତ ମା’ ଭଉଣୀ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଜାଳେଣୀ ଗ୍ୟାସ ସିଲିଣ୍ଡର ପିଛା ୨ଶହ ଟଙ୍କା ଏବଂ ଉଜ୍ଜଳା ଗ୍ୟାସ୍ ସିଲିଣ୍ଡର ପିଛା ୪ଶହ ଟଙ୍କା ରିହାତି କରି ଏକ ଉପହାର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ପ୍ରତ୍ୟେକ ମହିଳାମାନେ ଏହାର ପ୍ରତିଦାନ ସ୍ୱରୂପ ପୁଣିଥରେ ମୋଦିଙ୍କୁ ଆର୍ଶିବାଦ ପ୍ରଦାନ କରିବା ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଡ଼.ଐଶ୍ୱର୍ଯ୍ୟା ବିଶ୍ୱାଳ ମାହାଙ୍ଗା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ତାରିଣୀ ମଣ୍ଡପ ରେ ଆୟୋଜିତ ଏକ ଧନ୍ୟବାଦ ସଭାରେ ଯୋଗ ଦେଇ ଏହି ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ନିଦେ୍ର୍ଧଶ କ୍ରମେ କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଧନ୍ୟବାଦ ସଭାରେ ମୁଖ୍ୟଅତିଥି ଭାବେ ଶ୍ରୀମତୀ ବିଶ୍ୱାଳ ଯୋଗ ଦେଇ ମୋଦୀ ସରକାର ମାଆ ଭଉଣୀ ମାନଙ୍କ ସ୍ୱାଭିମାନ ରକ୍ଷା ପାଇଁ ୧୧କୋଟିରୁ ଅଧିକ ଶୌଚାଳୟ ଯୋଗାଇ ଦେଇଥିଲା ବେଳେ ସୁକନ୍ୟା ସମୃଦ୍ଧି ଯୋଜନା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଜନା ସମେତ ଅନ୍ୟାନ୍ୟ ବହୁ ଯୋଜନା ପ୍ରଣୟନ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା କନକଲତା ବେହେରା, ବିଜେପି ମଣ୍ଡଳ ମହିଳାମୋର୍ଚ୍ଚା ସଭାନେତ୍ରୀ ଭାଗ୍ୟଶ୍ରୀ ନାୟକ, ମଧୁସ୍ମିତା ସାମଲ, ରଂଜିତା ବିଶ୍ୱାଳ, ସଂଯୁକ୍ତା ନାୟକ, କଲ୍ୟାଣୀ ସେଠୀ, ଗୀତାଞ୍ଜଳୀ ନାୟକ, ଅବନ୍ତି ଜେନା, ସରପଂଚ ମଧୁସ୍ମିତା ରାଉତ, ଲକ୍ଷ୍ମୀପ୍ରିୟା ରାଉତ, ସମିତିସଭ୍ୟ ଲିଲି ସେଠୀ, ସବିତା ସାମଲ , ଗାୟତ୍ରୀ ରାଉତ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ମହିଳା ବିକାଶ ଯୋଜନା ସଂକ୍ରାନ୍ତରେ ବିଷଦ ଆଲୋଚନା କରିଥିଲେ । ଏହି ଅବସରରେ ଉପସ୍ଥିତ ୫ଶହରୁ ଅଧିକ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗ୍ୟାସ ଦର ରହାତି ପାଇଁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.