ବିଜୁ ଜନତା ଦଳ ତରଫରୁ ପଞ୍ଚାୟତସ୍ତରୀୟ ଅମରେନ୍ଦ୍ରଙ୍କ ବନ୍ଧୁମିଳନ ଓ ବୃକ୍ଷରୋପଣ ଅନୁଷ୍ଠିତ

0

ଜଗତସିଂହପୁର,ତା-୦୩.୦୯.୨୦୨୩/ସୁମନ୍ତ କୁମାର ଦାସ: ନାଉଁଗା ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତର ପବିତ୍ର ଶୈବ ପୀଠ ତୁମ୍ବେଶ୍ୱର ମହାଦେବ ମନ୍ଦିର ପରିସରରେ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ନାଉଁଗା ପଞ୍ଚାୟତ ର ୪ ପଞ୍ଚାୟତ ଗଜରାଜପୁର, ରୋହିଆ , ଗଳଧାରି ଓ ବଛାଳ ପଞ୍ଚାୟତ କୁ ନେଇ ବିଜୁ ଜନତା ଦଳ ର ଏକ ବନ୍ଧୁମିଳନ ଓ ବୃକ୍ଷ ରୋପଣ ର ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସଭାରେ ନାଉଁଗା ପଞ୍ଚାୟତ ର ବିଜୁ ଜନତା ଦଳ ସଭାପତି ବିପିନ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ସାମ୍ନାନୀତ ଅତିଥି ରୂପେ ଜଗତସିଂହପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ଜଗତସିଂହପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅଲଣା ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁଶାନ୍ତ ମଲ୍ଲିକ, ଯୁବନେତା ତାପସ ଦାସ, ବିଦୁର ନାୟକ, ଯୁଝିଷ୍ଠିର ସ୍ୱାଇଁ, ସିଦ୍ଧେଶ୍ଵର ମହାନ୍ତି, ଧନେଶ୍ଵର ନାୟକ, ଅଜିତ ମହାନ୍ତି, ଦେବିପ୍ରସାଦ ପାଢ଼ୀ, ସାରଦା ପ୍ରସାଦ ଦାସ, ଯୋଗଦେଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶରତ କୁମାର ମଲ୍ଲିକ, ଆଶିଷ କୁମାର ମହାନ୍ତି, ମୃତ୍ୟୁଞ୍ଜୟ ଦାସ, ପ୍ରିୟ ରଂଜନ ଜେନା, ଅନିଲ କୁମାର ପାଢ଼ୀ, ସ୍ମୃତି ରଞ୍ଜନ ପ୍ରଧାନ, ଚିନ୍ମୟୀ ଦାସ, ଅନିଲ କୁମାର ଲେଙ୍କା, ଅଜିତ କୁମାର ଲେଙ୍କା, ଅଙ୍ଗଦ କୁମାର ନାୟକ, ପ୍ରଭାତ କୁମାର ନାୟକ, ଦେବେନ୍ଦ୍ର ମଲ୍ଲିକ, କୁଶ ଭୋଳ, ଉଲାସ ବାରିକ, ଶତ୍ରୁଘ୍ନ ନାୟକ ଙ୍କ ସମେତ ଶହଶହ ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ଉପସ୍ଥିତ ଥିଲେ l

ଏହାପରେ ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟ ଅତିଥି ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା l ଏହି ଅବସରରେ ସଭା କାର୍ଯ୍ୟ ପୂର୍ବରୁ ପୂର୍ବତନ ବାଚସ୍ପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ଦିଗପହଣ୍ଡି ବିଧାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗ ରେ ଦୁଇ ମିନିଟ ନିରବ ପ୍ରାର୍ଥନା ଅମରେନ୍ଦ୍ର ଦାସ କର୍ମୀ ମାନଙ୍କୁ ନେଇ କରିଥିଲେ l ପୂର୍ବାହ୍ନରେ ଏହି ଅବସରରେ ବିଜୁ ଜନତା ଦଳ ର ୪ ପଞ୍ଚାୟତ ର କର୍ମୀ ସମୂହ ଗଜରାଜପୁର ବାହାଲିଆ ସାହି ଛକ ନିକଟରୁ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ମୁଖ୍ୟ ଅତିଥି ଅମରେନ୍ଦ୍ର ଦାସ ଙ୍କୁ ଓ ସାମ୍ନାନୀତ ଅତିଥି ମାନଙ୍କୁ ମା କୁତାମ ଚଣ୍ଡୀ ମନ୍ଦିର ରେ ଦର୍ଶନ କରାଇ ତୁମ୍ବେଶ୍ୱର ମନ୍ଦିର ସଭାସ୍ଥଳ କୁ ପାଛୋଟି ଆଣିଥିଲେ l ଏହି ଅବସରରେ ଗଳଧାରି ପଞ୍ଚାୟତ ର ପୂର୍ବତନ କଂଗ୍ରେସ ପଞ୍ଚାୟତ ସଭାପତି ଲକ୍ଷ୍ମୀଧର ନାୟକ ରୋହିଆ ପଞ୍ଚାୟତ ର ପୂର୍ବତନ କଂଗ୍ରେସ ସରପଞ୍ଚ ଧନେଶ୍ୱର ନାୟକ ଙ୍କ ସମେତ କିଛି ଆଗଧାଡିର କର୍ମୀ ଅମରେନ୍ଦ୍ର ଦାସ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ l ଅମରେନ୍ଦ୍ର ଦାସ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସାମ୍ନାନୀତ କରିଥିଲେ l

Leave A Reply

Your email address will not be published.