ଜାତୀୟ ଶିକ୍ଷା ଯୋଜନା – ୨୦୨୦ ଉପରେ ଆଲୋଚନା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟଶାସିତ ମହାବିଦ୍ୟାଳୟର ସଭାଗୃହ ଠାରେ ଜାତୀୟ ଶିକ୍ଷା ଯୋଜନା ୨୦୨୦ ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଆଲୋଚନା ଚକ୍ରକୁ ଆକ୍ୟୁଏସି ଆୟେଜନ କରିଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ଉପକୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ନିର୍ଦ୍ଦେଶକ ସିଡ଼ିସି ଯୋଗଦାନ କରିଥିଲେ। ଏଥିରେ ଉଚ୍ଚ ଶିକ୍ଷାର ରୂପାନ୍ତର ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ଅଧ୍ୟାପକ ଯୋଗଦାନ କରିଥିଲେ।

Leave A Reply

Your email address will not be published.