ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ଜିଲ୍ଲା କୁ ପ୍ରାୟତଃ ମରୁଡି ଜିଲ୍ଲା ଭାବରେ ଗଣନା କରାଯାଏ। କାହିଁକି ନା ଅଭାବୀ ବର୍ଷା ଯୋଗୁଁ ପ୍ରାୟତଃ ମରୁଡି ପଡିଥାଏ। ଓ ଚାଷୀ ମାନେ ଏହି ମରୁଡି ର ଶିକାର ହୋଇଥାନ୍ତି। କେତେକ ଚାଷୀ କୃଷି ରୂଣ ନେଇ ଚାଷ କରିଥାନ୍ତି ଓ ପରବର୍ତ୍ତୀ ପର୍ଯ୍ୟାୟରେ ମରୁଡି ଯୋଗୁଁ ଲୋନ୍ ଅର୍ଥ ସୁଝି ନପାରି ଆତ୍ମହତ୍ୟା କରିଥାନ୍ତି । ଅନେକ ସମୟରେ ମରୁଡି ଘୋଷଣା କୁ ନେଇ ଚାଷୀ ମାନେ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଥାଏ।
ଏନେଇ ଆମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସହ ଆଲୋଚନା କରିଥିଲୁ। ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲା ରେ ମାଁ ପାଟେଣେସ୍ବରୀ, ମାଁ ସମଲେଶ୍ଵରୀ ଙ୍କ କୃପା ରୁ ସମସ୍ତ ଚାଷ ଭଲ ରହିଥିବା କହିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ବେହେରା। ଧାନ ଅପେକ୍ଷା ନନ୍ ଫୁଡ୍ କ୍ରପ୍ କୁ ଅଧିକ ଧ୍ୟାନ ଦେବା ପାଇଁ ଚାଷୀଙ୍କ ମାନଙ୍କୁ ସୂଚୀତ କରିଛନ୍ତି । ଚଲିତ ବର୍ଷ ମିଲେଟ ଚାଷ କୁ ଗୁରୁତ୍ ଦିଆଯାଇଛି ଓ ୬ରୁ ୮ ହଜାର ହେକ୍ଟରେ ମିଲେଟ ଚାଷ ହୋଇଥିବା କହନ୍ତି । ଜିଲ୍ଲା ରେ ପ୍ରାୟତଃ କପା ଚାଷ ମଧ୍ୟ ୬୫ ହଜାର ହେକ୍ଟର ଜମି ଲକ୍ଷ ଧାର୍ଯ୍ୟ କରାଯାଇଥିଲା ହେଲେ ୭୧ଜହାର ହେକ୍ଟର ଚାଷ ହେଇଥିବା କହିଛନ୍ତି। ତିନି ମାସ ର ଅନୁଧ୍ୟାନ ପରେ ୮୯୫ ମିଲି ବର୍ଷା ଯାଗାରେ ୭୨୦ ମିଲି ବର୍ଷା ହୋଇଛି ଯାହାକି ପ୍ରାୟତଃ ପନ୍ଦର ରୁ କୋଡ଼ିଏ ଶତକଡା ବର୍ଷା କମ୍ ହେଇଥିଲେ ସୁଦ୍ଧା ଧାନ ଏକଲକ୍ଷ ବାଷଠି ହଜାର ହେକ୍ଟର ଜମି ଚାଷ ହେଇଥିବା କହିଛନ୍ତି। ଜିଲ୍ଲା ରେ ୩୪୫୪୭୫ ହେକ୍ଟର ଚାଷ ଜମି ରହିଛି ବର୍ତ୍ତମାନ ପର୍ଯ୍ୟନ୍ତ ୩୧୦୦୦୦ ହେକ୍ଟର ଚାଷ ସଫଳତା ହୋଇଛି ବୋଲି କହିଛନ୍ତି। ଏବର୍ଷ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି ବଲାଙ୍ଗୀର ଜିଲ୍ଲା ଚାଷିଭାଇ ମାନେ ଭଲ ଉପାର୍ଜନ କରନ୍ତୁ ଓ ଖୁସିରେ ରହନ୍ତୁ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.