https://youtu.be/QL8wN03mDxU
ହିଞ୍ଜିଳିକାଟୁ/ ରଜତ ପଟ୍ଟନାୟକ: ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ର କଞ୍ଚୂରୁ ଠାରେ ନୁତନ ଭାବରେ +2 କଳା ବିଭାଗ ଖୋଲିଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁ ରେ କନିଷ୍ଠ ଓ ବରିଷ୍ଟ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।
ସର୍ବ ପ୍ରଥମେ ଅନୁଷ୍ଠାନର ଦାୟିତ୍ଵ ରେ ଥିବା ଅଧ୍ୟକ୍ଷ ଶ୍ରୀ ସୁଜିତ୍ କୁମାର ପାଢ଼ୀ, ମେଜର୍ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ନିରଞ୍ଜନ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ରୀଡା ରେ ଭାଗ ନେଇଥିଲେ।
ଏଥିରେ ବରିଷ୍ଠ ଶିକ୍ଷୟିତ୍ରୀ ଏଲ୍. ଗୌରୀ ଆଚାରୀ, ସନ୍ତୋଷିନୀ ଖିଲ , ମଧୁସୂଦନ ସାହୁ, ଆଦିତ୍ୟ କୁମାର ରଥ ଏବଂ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ରେ ଚୟନ ହୋଇଥିବା ପିଲା ମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ l ଶେଷରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ବିଭୂତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.