ଜମନକିରା,୨୯/୮: ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ସଦର ଗ୍ରାମରେ ଗତ 3 ମାସରୁ ଉର୍ଦ୍ଧ ସମୟ ହେବ ୩ଟି ପଡାକୁ ପାଣି ପହଞ୍ଚିବାର ଅସୁବିଧା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଆଜି ପ୍ରଶାସନିକ ଅଧିକାରୀ ତରବରିଆ ହୋଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ୮ଦିନର ମହଲତ ମାଗିଥିବା ଜଣାଯାଇଛି ।
ସୂଚନା ଅନୁସାରେ ଗତ ୪ମାସ ହେବ ବଡ଼ମାଳ ଗ୍ରାମର ଗୋଣ୍ଡ, ମୁଣ୍ଡା ଓ ଓରାମ ପଡବାସୀ ପାଣି ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାଇ ତଳପଡାବାସୀ ଘର ତିଆରି ପାଇଁ ଅଜସ୍ର ପାଣି ଅପବୟ କରୁଥିବାରୁ ଉପରପଡା କୁ ପାଣି ପହଞ୍ଚି ପାରୁନଥିଲା। ଏହା ଖବର କାଗଜରେ ପ୍ରକାଶିତ ହେବା ଫଳରେ ଆଜି ପ୍ରଶାସନ ପକ୍ଷରୁ ଭିଡିଓ ପ୍ରସନ୍ନ କୁମାର ପଟେଲ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ଜ୍ଞାନସ୍ୱରୂପା ବାଡା, ପଞ୍ଚାୟତ ସରପଞ୍ଚ, ୱାର୍ଡମେମ୍ବର ସମସ୍ତଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ଡକାଇ ଆଲୋଚନା କରିଥିଲେ l ବିଡ଼ିଓ ଶ୍ରୀ ପଟେଲ ଏହାର ସମାଧାନ ନିମନ୍ତେ ଗୋଟିଏ ବେଳା ଉପରପଡା ଓ ଅନ୍ୟ ଏକ ବେଳା ତଳପଡା ବାସୀଙ୍କୁ ପାଣି ଦେବାପାଇଁ ମତ ରଖିଥିବା ବେଳେ ଗ୍ରାମବାସୀ ମଧ୍ୟ ସହମତି ଦେଇଥିଲେ। ତେବେ ଏହି ବ୍ୟବସ୍ଥା ସମାଧାନ ନେଇ କନିଷ୍ଠଯନ୍ତ୍ରୀ ଶ୍ରୀମତୀ ବାଡା ୮ ଦିନର ମହଲତ ମାଗିଛନ୍ତି। ଗ୍ରାମ ମଝିରେ ଏକ ପମ୍ପ ଲକ ଲଗାଇ ତାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ।
ତେବେ ଦେଖିବାର ଅଛି ଖବର ପ୍ରକାଶିତ ପରେ ପ୍ରଶାସନ କେତେ ତତ୍ପରତା ଦେଖାଉଛି l
Sign in
Sign in
Recover your password.
A password will be e-mailed to you.