ନୂଆପଡ଼ା: ଜଣେ ୫୦ ବର୍ଷୀୟା ମହିଳା ରୋଗୀଙ୍କୁ ରକ୍ତଦାନ କରି ତାଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ନୂଆପଡ଼ା ଜିଲ୍ଲା କୋମଣା ବ୍ଲକ ଅନ୍ତର୍ଗତ ପେଣ୍ଡ୍ରାବନ ପଂଚାୟତ ଅଧିନସ୍ଥ ଚାନ୍ଦପଲା ଗ୍ରାମର ସୁରୁ ପୁଞ୍ଜି ନାମକ ଜଣେ ୫୦ ବର୍ଷୀୟା ବୃଦ୍ଧାମହିଳା ଗୁରୁତର ରକ୍ତହୀନତା କାରଣରୁ ଚଳିତବର୍ଷ ଅଗଷ୍ଟ ୨୫ ତାରିଖ ଦିନ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ଗୋଟିଏ ୟୁନିଟ ବି’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଏହି ସମୟରେ ଡାକ୍ତରଖାନାରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିବା କାରଣରୁ ସେମାନେ ବିଚଳିତ ହୋଇପଡ଼ିଥିଲେ । ଏହି ସମୟରେ ଉକ୍ତ ଡାକ୍ତରଖାନାକୁ ଅନ୍ୟଜଣେ ରୋଗୀଙ୍କୁ ନେଇ ଆସିଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଭବାନୀ ଶଙ୍କର ସବର ଏହି ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ । ସୌଭାଗ୍ୟକୁ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ବି’ପଜିଟିଭ ଥିଲା । ତେଣୁ ସେ ବିନା କୌଣସି ଦ୍ୱିଧାରେ ତୁରନ୍ତ ଯାଇ ସେହି ବୃଦ୍ଧାମହିଳାଙ୍କୁ ଗୋଟିଏ ୟୁନିଟ ରକ୍ତ ଦାନ କରିଥିଲେ । ତାଙ୍କର ଏଭଳି ମହାନତା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ଖୁବ ପ୍ରଶଂସିତ ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.