ରାଉରକେଲା(ବସନ୍ତ କୁମାର ଜେନା):- ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି ତରଫରୁ ଆସନ୍ତା ଖଡ୍ଗ ଶୋଭାଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ବାବାଜୀ ଚରଣ ସ୍ବାଇଁଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଶଶଧର ପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି ବୈଠକରେ ଅନୁଷ୍ଠାନର ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସର୍ବୋପରି ଆଗାମୀ ଦଶହରାରେ ମହାସଭା ତରଫରୁ ଖଡ୍ଗ ଶୋଭାଯାତ୍ରା, ଖଣ୍ଡାୟତ କ୍ଷତ୍ରିୟ ଭାଇ ମାନଙ୍କ ମଧ୍ୟରେ ଭାଇଚାରା ଓ ସମନ୍ବୟ ରକ୍ଷା, ବିଭିନ୍ନ ଖଣ୍ଡାୟତ ଜାତିଭାଇଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନ, ଖଡ୍ଗ ଶୋଭାଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମହିଳାଙ୍କୁ ଅଗ୍ରାଧିକାର ଓ ରାଜ୍ୟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ, ହ୍ବାଟ୍ସ ଅପ୍ ଗୃପ ମାଧ୍ୟମରେ ସମନ୍ବୟ ରକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ସର୍ବଶ୍ରୀ ଉପେନ୍ଦ୍ର ନାୟକ, ସୁରେନ୍ଦ୍ର ରାଉତ,ରାଧାଶ୍ଯାମ ପରିଡା,ରବିନାରାୟଣ ପରିଡା,ନାରାୟଣ ଚନ୍ଦ୍ର ସାମଲ, ମୀନତି ବିଶ୍ବାଳ, କୁଞ୍ଜବିହାରୀ ରାଉତ, ସନ୍ତୋଷ ବିଶ୍ବାଳ,କିଶୋର କୁମାର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ମତ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ରୂପରେଖ ସଂପର୍କରେ ଆଲୋଚନା କରାଯିବା ସହ ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଶେଷରେ ସଂପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଗଙ୍ଗାଧର ନାୟକ, ରବିନ୍ଦ୍ର ପ୍ରଧାନ, ଅମୂଲ୍ୟ ଚରଣ ବରାଳ,ନୀଳମଣି ଜେନା, ଚାନ୍ଦମଣି ବେହୁରା, ବମଳ ଚନ୍ଦ୍ର ମହାନ୍ତି, ସୁଦର୍ଶନ ସାମଲ, ମନୋଜ ନାୟକ, ଉଗ୍ରେସନ ବିଶ୍ବାଳ, ଅକ୍ଷୟ ଦାସ, ଶମ୍ବୁନାଥ ପରିଡା, ହେମନ୍ତ ବେହୁରା, କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ, ନିହାର ରଂଜନ ଦାସ,ପ୍ରଶାନ୍ତ ଖଣ୍ଡୁଆଳ, ସନ୍ତୋଷ ପ୍ରଧାନ, ବସନ୍ତ ଜେନା, ଧବଳେଶ୍ବର ବିଶ୍ବାଳ, ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.