ଗାଇସିଲାଟ/ମନ ଡନସନା- ଗାଇସିଲାଟ ମିନିଷ୍ଟାଡିୟମ୍ ରେ ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀଯୁକ୍ତ ଜଗଦୀଶ ଠାକୁର ଖେଲ କୁ ଉଦ୍ଘାଟନ କରିଥିଲେ। ୪ଟି ସବ୍ ବ୍ଲକରୁ ମୋଟ୍ ୪ଟି ବାଳିକା ଦଳ ଓ ୪ଚି ବାଳକ ଦଳ ଯୋଗଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ଫାଇନାଲକୁ ଗାଇସିଲାଟ ସବ୍ ବ୍ଲକ ଦଳ ଓ ବରିହାପାଲି ଉଚ୍ଚ ବିଦ୍ୟାଳୟ ମଧ୍ଯରେ ଖେଲ ହୋଇଥିଲା।ଏହି ଟୁଣ୍ଣାମେଣ୍ଟ ରେ ଗାଇସିଲାଟ ସବ୍ ବ୍ଲକ ଦଳ ୨-୧ ଗୋଲ ଦେଇ ବୀଜୟୀ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଖେଲ ପରିଚାଳନା କରିଥିଲେ ,ଅଶେଷ ଦାସ, ସତାରସେନ ପଧାନ, ଅଜୟ ପଧାନ,ଏହି ଟୁଣ୍ଣାମେଣ୍ଟରେ ଗାଇସିଲାଟ ଖେଲ ବିଭାଗର ସଭାପତି ହେମନ୍ତ ପଣ୍ଡା, ସଂପାଦକ କଂଗ୍ରେସ ପଧାନ ଙ୍କ ତତ୍ତ୍ବାବଧାନ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ୍ ଅଫ୍ ଦି ସୋନିକା ବେହେରା, ଦିପକ୍ ସାହୁ କୁ ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ଯକ୍ରମରେ ଗାଇସିଲାଟ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ କଲେଜର ଖେଲ ଶିକ୍ଷକ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.