୨୩ରେ ‘ଆମ ବସଷ୍ଟାଣ୍ତ’ ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

0

ଓଡ଼ଗାଁ,୨୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ ଗଣିଆରେ ଆମ ବସଷ୍ଟାଣ୍ତ ସାମିଲ ହେବାପରେ ଆସନ୍ତା ୨୩ତାରିଖ ଦିନ ଆଭାସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦ୍‌ଘାଟନ କରିବେବୋଲି ଜଣାପଡିଛି।ସନ୍ଧ୍ୟା ୫ଟା ସମୟରେ ଗଣିଆରେ ହେବାକୁ ଥିବା ବେଳେ ଓଡ଼ଗାଁ ବସଷ୍ଟାଣ୍ତର ଶୁଭ ଉଦ୍‌ଘାଟନ ନୟାଗଡ଼ ଜିଲ୍ଲା଼ ଓସଓ୍ୟାଲ ହଲଠାରେ ଅନୁଷ୍ଠିତ ହେବ।ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେବୋଲି ସରକାରୀ ସୂତ୍ରରୁ ଜଣାପଡିଛି।ସୂଚନାଅନୁଯାୟୀ ଆମ ବସଷ୍ଟାଣ୍ତ ଯୋଜନାରେ ଓଡ଼ିଶାର ୨୧ଟି ବସଷ୍ଟାଣ୍ତର ଶୁଭ ଉଦ୍‌ଘାଟନ ସହ ମୋଟ ୧୨୪ଟି ବସଷ୍ଟାଣ୍ତର ଶିଲାନ୍ୟାସ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.