ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ସୋଲପଟାର ମିଳିତ ସହଯୋଗ ରେ ଏକ ରକ୍ତଦାନ ଶିବିର ଆଜି ସୋଲପଟା ସ୍ଥିତ କମ୍ୟୁନିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ଆନୁଷ୍ଠାନିକ ଭାବେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ତଥା ନୟାଗଡର ପୂର୍ବତନ ନଗରପାଳ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ସୋଲପଟା ଗ୍ରାମର ସଭାପତି ସନ୍ତୋଷ ନାୟକ ଉଦଘାଟନ କରିଥିଲେ। ଡାକ୍ତର ନରେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ରକ୍ତ ଭଣ୍ଡାରର କର୍ମଚାରୀ ଅଜୟ ପଟ୍ଟନାୟକ, ପ୍ରକାଶ କୁମାର ପାଣିଗ୍ରାହୀ, ରବୀନ୍ଦ୍ରନାଥ ସାହୁ ଓ ମାନସ କୁମାର ବେହେରା ରକ୍ତ ସଂଗ୍ରହ ଓ ପଞ୍ଜିକରଣ ରେ ସହାୟତା କରିଥିଲେ। ଯୁବକ ଓ ମହିଳା ମାନେ ଉତ୍ସାହର ସହ ରକ୍ତ ଦାନ କରୁଥିବା ଦେଖିବାକୁ ମିଳିଥିଲା । ରୋଟାରୀ କ୍ଲବ ର ସଦସ୍ୟ ଧିରେନ୍ଦ୍ର ପଟ୍ଟନାୟକ, ପ୍ରଶନ୍ନ ବସନ୍ତିଆ, ପୁର୍ଣ୍ଣ ଚନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣ ରଥ, ଅବିନାଶ ସାହୁ, ଏବଂ ଛତ୍ରପତି ଶିବାଜୀ କ୍ଲବ ତରଫରୁ ଦୀପକ କୁମାର ନାୟକ, ପୁଷ୍ପ ରଞ୍ଜନ ଜେନା, ପିଣ୍ଟୁ ପ୍ରଧାନ, କପିଳାସ ନାୟକ, ପ୍ରଦୀପ ବରାଡ ଓ ବାଉରିବନ୍ଧୁ ବେହେରା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିବାରେ ସହାୟତା କରିଥିଲେ । ଆଜିର ରକ୍ତଦାନ ଶିବିର ରୁ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post