ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ବଡ଼ଚଣା ବଢ଼ିଲାଣି ଉଷ୍ମତା, ଚାଲିଲାଣି ନେତାଙ୍କ ଶକ୍ତି ପ୍ରଦର୍ଶନ | କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ତାହା ସ୍ପଷ୍ଟ ନଥିଲେ ମଧ୍ୟ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସାମର୍ଥ୍ୟ ଯୋଗାଡ କରି ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି |
ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବଡ଼ଚଣା କଂଗ୍ରେସର ମଙ୍ଗ ଧରିଛନ୍ତି କ୍ୟପେଟେନ ରାଜ ନାରାୟଣ ମହାପାତ୍ର | ବିଗିଡି ଯାଇଥିବା କଂଗ୍ରେସ ସଂଗଠନ କୁ ସୁଦ୍ରୁଢ କରିବା ପାଇଁ ମିଶ୍ରଣ ପର୍ବ ପରେ ମିଶ୍ରଣ ପର୍ବ କରି ଚର୍ଚ୍ଚା ରେ ଅଛନ୍ତି କ୍ୟପେଟେନ ରାଜ ନାରାୟଣ ମହାପାତ୍ର, ତାଙ୍କ ନେତୃତ୍ୱ କୁ ଗ୍ରହଣ କରି କିଛି ପୁରୁଣା କର୍ମୀ ଘର ବାହୁଡା଼ କରିଥିବା ବେଳେ ଆଉ କେତେକ ଙ୍କୁ ଦଳ କୁ ଆଣିବା ପାଇଁ ଚାଲିଲାଣି କସରତ୍ | ଅପରପକ୍ଷରେ ସେହି ପରି ଗତ କ୍ରାନ୍ତି ଦିବସ ରେ ବଡ଼ଚଣା ବିଜେପି ପକ୍ଷରୁ ଏକ ବିରାଟ ବାଇକ ରାଲି କରି ବିଜେପି ନେତା ଶ୍ରୀଯୁକ୍ତ ଅମର ନାୟକ ତାଙ୍କର ଜନ ପ୍ରିୟତାର ପ୍ରମାଣ ଦେଖେଇ ସାରିଛନ୍ତି | ଗତ କ୍ରାନ୍ତି ଦିବସ ରେ ହୋଇଥିବା ବାଇକି ରାଲି ରେ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ ବାଇକ ସାମିଲ ହୋଇଥିଲା | ଅମର ନାୟକ ଗତ ବିଧାନ ସଭା ନିର୍ବାଚନ ରେ ବିଜେଡି କୁ କଡା ଟକର୍ ଦେଇଥିବା ବେଳେ ମାତ୍ର ପନ୍ଦର ସହ ଭୋଟ ରେ ପରାଜୟ ସ୍ୱୀକାର କରିଥିଲେ | ଆଗାମୀ ନିର୍ବାଚନ ପାଇଁ ସେ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି | ଶାସକ ଦଳ ପକ୍ଷରୁ ମଧ୍ୟ ଜୋରଦାର ଅନୁରୁପ ପ୍ରୟାସ ଚାଲିଥିବା ବେଳେ ଟିକେଟ ଆଶାୟୀ ସଂଖ୍ୟା ବେଳ କୁ ବେଳ ବଢିବା ରେ ଲାଗିଲାଣି | ତେବେ ବିଧାୟକଙ୍କ ଅନୁଗତମାନେ ଏଥର ଅମର ଶତପଥୀ ଙ୍କୁ ପୁଣି ଦଳ ପ୍ରାଥୀ କରିବ ବୋଲି କହୁଥିବା ବେଳେ,ଆଉ କେତେକ ଖୋଦ ବିଧାୟକ ଙ୍କ ପୁତ୍ର ଅଦିତ୍ୟ ଶତପଥୀ ଙ୍କୁ ପ୍ରାର୍ଥୀ କରିବା ପାଇଁ କସରତ୍ କରିବା ଆରମ୍ଭ ହୋଇଗଲାଣି ବୋଲି ସାଧାରଣ ରେ ଆଲୋଚନା ହେଉଛି | ତାଙ୍କୁ ବି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳୁଥିବା ବେଳେ କଂଗ୍ରେସ ହାତ ଛାଡି ବିଜେଡି ରେ ଯୋଗ ଦେଇ ଥିବା ଶ୍ରୀଯୁକ୍ତ ଜନ୍ମେଜୟ ଲେଙ୍କା ମଧ୍ୟ ଆଶାୟୀ ଥିବା ଓ ତାଙ୍କୁ ଏଥର ଟିକଟ ମିଳିବ ବୋଲି ତାଙ୍କ ଅନୁଗାମୀ ମାନେ ଫୁସ ଫାସ୍ ହେଲେଣି | ତେବେ ସାଧାରଣ ଜନତା କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ଦେଖିବାକୁ ବାକି ରହିଲା ବୋଲି ଆଲୋଚନା ହେଉଛି
Sign in
Sign in
Recover your password.
A password will be e-mailed to you.
Prev Post