ଭଞ୍ଜନଗର {ଉଦୟନାଥ ପଣ୍ଡା}: ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଇନା ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ,ଅନୁଷ୍ଠାନର ୨୫ ବର୍ଷ ପୂର୍ତ୍ତି ଅବସରରେ ମାଗଣାରେ ଶ୍ରବଣ ବାଧିତ ଙ୍କ ଚିକିତ୍ସା ପାଇଁ ‘ଶ୍ରୁତି’ କାଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଦିଲ୍ଲୀପ କୁମାର ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବକ୍ତା ଭାବେ ମେଡ଼ିକାଲ ଅଧିକ୍ଷକ ସୀତାଶୁ ଶେଖର ଶତପଥୀ,ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ,ବିଇଓ ଏସ୍.ଧନଞ୍ଜୟ, ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀଶଙ୍କର ଶତପଥୀ, ସ୍ଥାନୀୟ କଲେଜ ଅଧ୍ୟକ୍ଷ,ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରଧାନ,ଶିକ୍ଷାବିତ ବି.ଗୋବିନ୍ଦ ରାଓ,ଶୂଳପାଣି ଶତପଥୀ ଙ୍କ ସମେତ ଆଇନା ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଭଞ୍ଜନଗର ଅଞ୍ଚଳରେ ଶ୍ରବଣ ବାଧିତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ସହ ସେମାନଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇ ଦେବା ନିମନ୍ତେ ‘ଶ୍ରୁତି’ କାଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଅନୁଷ୍ଠାନର ସମ୍ପାଦିକା ସେହ୍ନା ମିଶ୍ର ଶ୍ରୁତି କାଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଏକ ଭ୍ରାମ୍ୟମାଣ ଚିକିତ୍ସା ସଚେତନତା ରଥକୁ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶ୍ରବଣ ବାଧିତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ସହ ଶ୍ରବଣ ଯନ୍ତ୍ର ପ୍ରଦାନ କରିବ ବୋଲି କୁହାଯାଇଛି
Sign in
Sign in
Recover your password.
A password will be e-mailed to you.
Next Post