ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହି : ହିଂସାରେ ପିଡ଼ିତ ମହିଳା ଓ ବାଳିକା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା “ସଖୀ” ୱାନ୍ ଷ୍ଟପ୍ ସେଣ୍ଟରର ନୂତନ ଗୃହ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଦ୍ବାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମୁଖରେ ଥିବା ଯକ୍ଷ୍ମା କେନ୍ଦ୍ର ପରିସର ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି।
ଏହି କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୁମ ନମ୍ବର ୨୦୫ ଠାରେ ୨୦୧୯ ଜୁଲାଇ ୩୧ ତାରିଖ ଠାରୁ କାର୍ଯ୍ୟ କରିଆସୁଥିଲା।
କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିର୍ଯ୍ୟାତିତ ମହିଳା ଓ ବାଳିକା ମାନେ ବିଭିନ୍ନ ହିଂସାର ଶିକାର ହେଲେ ସେମାନଙ୍କୁ ଗୋଟିଏ ଛାତ ସମନ୍ୱିତ ସୁବିଧା ଯଥା ସାମାଜିକ ଓ ମନସ୍ୱାତ୍ତିକ ପରାମର୍ଶ ସେବା , ଆଇନଗତ ସହାୟତା , ପୋଲିସ ସହାୟତା , ଡାକ୍ତରୀ ସହାୟତା , ଆଶ୍ରୟ ଓ ଅନ୍ୟାନ୍ୟ ସେବା ଯୋଗାଇଦେବା , ୪ ବର୍ଷ ମଧ୍ୟରେ ଏହି କେନ୍ଦ୍ର ୭୨୮ କେଶ ପଞ୍ଜୀକରଣ ହୋଇଛି। ସେଥିମଧ୍ୟରୁ ବିଭିନ୍ନ ଉପାୟରେ ୫୭୪ ଟି କେଶ ସମ୍ପୂର୍ଣ୍ଣ ହୋଇଛି।
ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ୍ କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ପ୍ରଦୀପ କୁମାର ପାତ୍ର , ଜିଲ୍ଲା ଚିକିତ୍ସା ଅଧିକାରୀ , ଶ୍ରୀ ପ୍ରମୋଧ କୁମାର ପଣ୍ଡା , ଆଇ ଟି ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଫାଲଗୁନି ମାଝୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ ମହାନ୍ତି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୁରକ୍ଷା ଅଧିକାରୀ କେ.ସୁନିତା , ଆଇ ଏସ୍ ଆର୍ ଡି ର ନିର୍ଦ୍ଦେଶକ ଶ୍ରୀ ସୁଧିର ସାବତ , ଉପ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ୱର ଚୌଧୁରୀ , ଜିଲ୍ଲା କିଶୋର ନ୍ୟାୟ ପରିଷଦ ର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶିଶୁ ମଙ୍ଗଳ ସମିତି ସଦସ୍ୟା ଶ୍ରୀମତୀ ମମତା ରାଣୀ ସତପଥୀ , ସୁନିତା ପଟ୍ଟନାୟକ , କେନ୍ଦ୍ରର ଭାରପ୍ରାପ୍ତ କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ , ସ୍ୱୟଂ ପ୍ରକଳ୍ପ ର ଜିଲ୍ଲା ସଂଯୋଜିକ ଶ୍ରୀମତୀ ସିବାଣୀ ପାଣିଗ୍ରାହୀ , ସ୍ୱଧର ଗୃହର ସୁପରିଟେଣ୍ଡ ଶ୍ରୀମତୀ ସନ୍ତୋଷିନୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ଆଇ ଏସ୍ ଆର ଡି ର ପରିବାର ଯଥା ଚାଇଲ୍ଡ ଲାଇନ୍ ଓ “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.