ଗାଇସିଲାଟ/ମନ ଡନସନା- ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରର ଗାଇସିଲାଟ ଠାରେ ଆଜି ବାଟିକା ବିଭାଗର ମାତୁସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ପଦ୍ମପୁର ସଂକୁଳର ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ, ଯୁଗ୍ମ ସଂପାଦିକ ବୁନ୍ଦାବତୀ ସାହୁ ଯୋଗଦାନ କରିଥିଲେ। ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଭାରାପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ପ୍ରେମ ରାଜା ମଟାରୀ। ମାତୁସମ୍ମିଳନୀ ର ଆଭିମୁଖ୍ୟ କଥନ କରିଥିଲେ ଶିଶୁ ମନ୍ଦିର ଶିଶୁ ବାଟିକା ପ୍ରମୁଖ ବେଦବ୍ୟାସ ପଧାନ।
ଏହି କାର୍ୟ୍ଯକ୍ରମରେ ମୁଖ୍ଯ ଅତିଥି ତ୍ରିପାଠୀ ମହାଶୟା ଲାଲୟେତ ପଞ୍ଚବର୍ଷାଣି ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶିଶୁ ମନ୍ଦିର ର ସଂପାଦକ ସଂଜୟ ପୁରୋହିତ ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ୟ୍ଯକ୍ରମରେ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ
Sign in
Sign in
Recover your password.
A password will be e-mailed to you.