ବାସୁଦେବପୁର /ପ୍ରତାପ କୁମାର ପାଢ଼ୀ- ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବରେ ଯୁବ କଂଗ୍ରେସ ନେତା ସିଦ୍ଧାନ୍ତ ଦାସ ନିର୍ବାଚିତ ହୋଇଛନ୍ତି। ଆୟୋଜିତ ନିର୍ବାଚନ ରେ ସିଦ୍ଧାନ୍ତ ଙ୍କ ସପକ୍ଷ ରେ ୨୭୪୬ ଖଣ୍ଡ ଭୋଟ ଯାଇଛି। ସିଦ୍ଧାନ୍ତ ଦାସ ଜଣେ ଦକ୍ଷ ଯୁବ କଂଗ୍ରେସ ର କର୍ମୀ ଓ ସଂଗଠକ ଭାବ ରେ ତାଙ୍କର କାର୍ଯ୍ୟ କରି ଆସୁଛନ୍ତି। ବାସୁଦେବପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ଭଦ୍ରକ ଜିଲ୍ଲା ସଭାପତି ଅଶୋକ ଦାସ ଙ୍କ ହାତ ମୁଠାକୁ ଟାଣ କରିବା ସହ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ଯୁବକ ମାନଙ୍କୁ ଏକ ଜୁଟ କରି ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ଙ୍କୁ ବିଜୟ ମୁକୁଟ ପିନ୍ଧାଇବୁ ବୋଲି ସିଦ୍ଧାନ୍ତ କହିଛନ୍ତି। ସିଦ୍ଧାନ୍ତ ଙ୍କ ନିର୍ବାଚନ ମଣ୍ଡଳୀ ସଭାପତି ଘୋଷଣା ପରେ ବାସୁଦେବପୁର କଂଗ୍ରେସ କାର୍ଯ୍ୟଳୟ ରେ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା। ବାସୁଦେବପୁର ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ ମହାକୁଡ , ଛାତ୍ର ସଭାପତି ମନୋରଞ୍ଜନ ପାଢ଼ୀ, ଅକ୍ଷୟ ବାରିକ୍ ଙ୍କ ସହ ଅନେକ ଯୁବ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ସିଦ୍ଧାନ୍ତ ଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ ସ୍ବାଗତ ଅଭିନନ୍ଦନ ଜଣାଇଥିଲେ। ଏହି ସମୟ ରେ ଜିଲ୍ଲା ସଭାପତି ଅଶୋକ କୁମାର ଦାସ ମଧ୍ୟ ଉପସ୍ଥିତ ରହି ଥିଲେ। ସିଦ୍ଧାନ୍ତ ପିସିସି ସଭାପତି, ରାଜ୍ୟ ଯୁବ କଂଗ୍ରେସ ସଭାପତି, ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ, ନବ ନିର୍ବାଚିତ ଜିଲ୍ଲା ଯୁବ କଂଗ୍ରେସ ସଭାପତି, ବାସୁଦେବପୁର ର ସମସ୍ତ କଂଗ୍ରେସ, ଛାତ୍ର, ଯୁବ କଂଗ୍ରେସ, ମହିଳା କଂଗ୍ରେସ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି/
Sign in
Sign in
Recover your password.
A password will be e-mailed to you.
Prev Post
Next Post