ନୟାଗଡ଼,୨୬/୭: ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷା ଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ଆଜି ପୂର୍ବାହ୍ନରେ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏଣୁ ଖୁବଶୀଘ୍ର ଦଶପଲ୍ଲାକୁ ଟ୍ରେନ ଗଡ଼ିବା ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଚୌଧୁରୀ ଯାଞ୍ଚ ସମ୍ପର୍କିତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଏହି ଯାଞ୍ଚ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ବ୍ରିଜ ଅଧିକାରୀ ଏବଂ ମୁଖ୍ୟ ସିଗନାଲ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଆସନ୍ତା ଅଗଷ୍ଟ ମାସରେ ଦଶପଲ୍ଲା ଷ୍ଟେସନ କାର୍ଯ୍ୟକ୍ଷମ ହେବା ସହିତ ଖୁବଶୀଘ୍ର ଦଶପଲ୍ଲା ଭୁବନେଶ୍ୱର ଏବଂ ଦଶପଲ୍ଲା ପୁରୀ ମଧ୍ୟରେ ନିୟମିତ ଟ୍ରେନ ଚଳାଚଳ କରିବ ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post