ଭୁବନେଶ୍ବର / ନୂଆଦିଲ୍ଲୀ: ଭାରତର ଅନ୍ୟତମ ଅଗ୍ରଣୀ ଶିଳ୍ପ ସମୂହ ତଥା ଇସ୍ପାତ, ଶକ୍ତି, ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରରେ ବିଶ୍ବର ଜଣାଶୁଣା କମ୍ପାନୀ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଉନ୍ନତ କର୍ମକ୍ଷେତ୍ର ସଂସ୍କୃତି ପାଇଁ ଜୁଲାଇ ୨୦୨୩ ରୁ ଜୁଲାଇ ୨୦୨୪ ସମୟ ପର୍ଯ୍ୟନ୍ତ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ (ଜିପିଟିଡବ୍ଲୁ) ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ଏହି ପ୍ରମାଣପତ୍ର ପ୍ରଦାନ କରୁଥିବା ସଂସ୍ଥା ଗ୍ରେଟ୍ ପ୍ଲେସ୍ ଟୁ ୱାର୍କର ବିଶ୍ଵବ୍ୟାପୀ ସୁନାମ ରହିଛି, ତେଣୁ ଏହି ପ୍ରମାଣ ପତ୍ର ଗ୍ରହଣ କରିବାକୁ ଏକ ଗୌରବର ବିଷୟ ବୋଲି ବିବେଚନା କରାଯାଏ । ଯେପରି ପ୍ରତ୍ୟକ କର୍ମଚାରୀ ଆଗକୁ ବଢିପାରିବେ, କମ୍ପାନୀର ଅଭିବୃଦ୍ଧିରେ ସକରାତ୍ମକ ଯୋଗଦାନ କରିପାରିବେ ଏବଂ ଅନୁପ୍ରାଣିତ ଅନୁଭବ କରିବେ, ସେହିପରି ଏକ ଉନ୍ନତ କାର୍ଯ୍ୟକ୍ଷେତ୍ର ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପିର ଅଦମ୍ୟ ପ୍ରତିବଦ୍ଧତାର ଏକ ସ୍ୱୀକୃତି ହେଉଛି ଏହି ଲୋକପ୍ରିୟ ଜିପିଟିଡବ୍ଲୁ ପ୍ରମାଣପତ୍ର ।
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ କୃତଜ୍ଞତା ଜଣାଇ କହିଛନ୍ତି, “ଆମର ଲୋକମାନଙ୍କର ନିଷ୍ଠା ଏବଂ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଆମର ଅସାଧାରଣ ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ମୁଁ ଦୃଢ ଭାବରେ ବିଶ୍ବାସ କରେ ଯେ, ଜେଏସପିର ଦୀର୍ଘମିଆଦୀ ଦୂରଦୃଷ୍ଟିର କେନ୍ଦ୍ରରେ ଲୋକମାନଙ୍କୁ ରଖି ଏବଂ ସମସ୍ତଙ୍କ ପାଇଁ ଏକ ସ୍ଵପ୍ନର କର୍ମକ୍ଷେତ୍ର ସୃଷ୍ଟି କରିବା ଦ୍ୱାରା ଆମେ ଆମର ବ୍ୟବସାୟକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ସହିତ ଦେଶର ଉନ୍ନତ ଭବିଷ୍ୟତ ନିର୍ମାଣରେ ମଧ୍ୟ ଯୋଗଦାନ କରିବାରିବୁ ।
ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ପ୍ରମାଣପତ୍ର ହାସଲ କରିବା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପାଇଁ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହା ଏହାର କର୍ମଚାରୀମାନଙ୍କୁ ସଶକ୍ତ କରିଥାଏ ଏବଂ ନୂତନତା, ଅଭିବୃଦ୍ଧି ଏବଂ ସଫଳତାକୁ ପ୍ରୋତ୍ସାହିତ କରିଥାଏ ।
Sign in
Sign in
Recover your password.
A password will be e-mailed to you.