ରାଉରକେଲା, (ବସନ୍ତ କୁମାର ଜେନା): ଶ୍ରଦ୍ଧା ର ପ୍ରତିଷ୍ଠାତା ସଭାପତି ସ୍ଵର୍ଗତ ରାଜକିଶୋର ରାଜଗୁର ଙ୍କ ୯ମ ପୂଣ୍ୟତିଥି ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ର ବିଧାୟକ ସୁବ୍ରତ ତରାଇ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଭ୍ୟ, କବି ତଥା ଏକତ୍ର ର ସଭାପତି ରାଜୀବ ପାଣି ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ସ୍ଵର୍ଗତ ଡା ରାଜଗୁରୁ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଉପସ୍ଥିତ ନିମନ୍ତ୍ରିତ ଅତିଥି ଓ ଶ୍ରଦ୍ଧା ର କର୍ମକର୍ତ୍ତା ମାନେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନୁଷ୍ଠାନ ର ଉପସଭାପତି ଅଶୋକ କୁମାର ବଳଙ୍କ ପୌରହିତ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ତରାଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସରକାରଙ୍କର ଯେଉଁ ସବୁ ଯୋଜନା ରହିଛି ସେଥିରୁ ଭିନ୍ନକ୍ଷମ ମାନେ ଅଗ୍ରାଧିକାର ଭିତ୍ତିରେ ପାଇବା କଥା । ଶ୍ରଦ୍ଧା ଦ୍ଵାରା ପ୍ରସ୍ତାବ ଗୁଡ଼ିକ ସ୍ଵାଗତ ଯୋଗ୍ୟ । ଭିନ୍ନକ୍ଷମ ମାନେ ହେଉଛନ୍ତି ସ୍ଵତନ୍ତ୍ର । ତେଣୁ ସ୍ଵତନ୍ତ୍ର ଭାବେ ଶ୍ରଦ୍ଧା ର କଥା ନେବାକୁ ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ ଶ୍ରଦ୍ଧା ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପାଣି ଦର୍ଶାଇ ଥିଲେ ଯେ, ଭିନ୍ନକ୍ଷମ ମାନେ ହେଉଛନ୍ତି ଭଗବାନଙ୍କ ର ଅମୃତସନ୍ତାନ । ଯଦିବା ଏମାନଙ୍କର କିଛି କାର୍ଯ୍ୟ କରିବାରେ ସମାସ୍ୟା ଥାଏ କିନ୍ତୁ ଏମାନେ ଅନ୍ୟ କେତେକ କାର୍ଯ୍ୟ କରିବାରେ ନିପୁଣ ଥାନ୍ତି । ଏମାନଙ୍କ ର ଦକ୍ଷତା କୁ ଆମେ ମାନେ ଜାଣି ସେମାନଙ୍କୁ ସହଯୋଗ ର ହାତ ବଢ଼ାଇ ମୁଖ୍ୟସ୍ରୋତରେ ସାମିଲ୍ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏହି ଅବସରରେ ସ୍ଵର୍ଗତ ରାଜଗୁରୁ ଙ୍କ ସ୍ମାରକୀ ଭାବେ ଏହିବର୍ଷ ର ଦଶମ ଶ୍ରେଣୀରେ ପଢ଼ୁଥିବା ଏଗାର ଜଣ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପଠନ ସହାୟକ ସାମଗ୍ରୀ ଅତିଥି ମାନେ ପ୍ରଦାନ କରିଥିଲେ । ଉପ ସଭାପତି ଶ୍ରୀ ବଳ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ସୂଚନା ଦେବା ସଙ୍ଗେ ସଙ୍ଗେ ଶ୍ରଦ୍ଧା ର କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଶ୍ରଦ୍ଧା ପ୍ରତି ସ୍ଵର୍ଗତ ରାଜଗୁରୁ ଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ। ରାଜଗୁରୁ ରାଜକିଶୋର ଙ୍କୁ ସମସ୍ତେ ଡା. ଆର୍.ଆର୍.ମହାପାତ୍ର ଭାବେ ସମସ୍ତେ ଜାଣନ୍ତି । ଶ୍ରଦ୍ଧା ର ସେ ହେଉଛନ୍ତି ପ୍ରତିଷ୍ଠାତା ସଭାପତି । ତାଙ୍କର ଶ୍ରଦ୍ଧା ପାଇଁ ଦାନ ଅତୁଳନୀୟ । ତାଙ୍କ ପରେ ତାଙ୍କର ପରିବାରବର୍ଗ ଙ୍କ ର ସହଯୋଗ ବଳବତ୍ତର ରହିଛି । ତାଙ୍କ ସ୍ମୃତିରେ ତାଙ୍କ ପରିବାର ଲୋକେ ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଏହି ପଠନ ସହାୟକ ସାମଗ୍ରୀ ପ୍ରଦାନ କରିଆସୁଛନ୍ତି ।
Sign in
Sign in
Recover your password.
A password will be e-mailed to you.