ନିର୍ବାଚନ ଆସିଲେ ଓଡ଼ିଶାର ବିକାଶ କଥା ମନେପଡେ଼- ପ୍ରଦେଶ କଂଗ୍ରେସ ସଭାପତି

0

“ଉନ୍ନତିମୂଳକ କାମ କରିବା ପରିବର୍ତେ ନିଜର ସରପଂଚ, ୱାର୍ଡମ୍ବେର ଏବଂ ଅନ୍ୟାନ୍ୟ ପଂଚାୟତ ସ୍ତରର ନେତୃବୃନ୍ଦଙ୍କୁ ଏହି ଅର୍ଥ ବିଭିନ୍ନ ଅମୁଳକ ଉପାୟରେ ବାଂଟିବା ପାଇଁ “ମୋ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାର ମୂଳ ଉଦେଶ୍ୟ | ଏବେ ଯେଉଁ ୪୦୦୦ କୋଟି ଟଙ୍କାର ଯୋଜନା ଘୋଷଣା କରାଗଲା ଏ ଟଙ୍କା ରାଜ୍ୟ ରାଜକୋଷକୁ ଲୁଟ କରି ବିଜୁ ଜନତା ଦଳକୁ ପଞ୍ଚାୟତ ସ୍ତରରେ ସଶକ୍ତ କରିବାପାଇଁ ଏ ଯୋଜନା । ଯଦି ୪୦୦୦ କୋଟି ଟଙ୍କା ବ୍ୟୟରେ ୩୧୪ ବ୍ଲକରେ ୩୧୪ଟି ଶୀତଳ ଭଣ୍ଡାର କରାଯିବ ତାହାର ଲାଭ ଆମ ଓଡ଼ିଶା ପାଇବ । ଚାଷୀ ଓ ଜନସାଧାରଣ ଉପକୃତ ହୁଅନ୍ତେ |”

  • ରାଜ୍ୟରେ ୪୪ ହଜାର ୯ଶହ ସ୍କୁଲରେ ପାଖାପାଖି ଗୋଟିଏ ମାତ୍ର କ୍ଲାସ ରୁମ ଅଛି, ରାଜ୍ୟରେ ୫୩ ହଜାର ଶିକ୍ଷକ ନାହାନ୍ତି ।

  • ରାଜ୍ୟର ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି, ରାଜ୍ୟର ସ୍ଥାନ ୧୪ ରୁ ଯାଇ ୨୪କୁ ଖସିଲାଣି

  • ରାଜ୍ୟର ୩୦% ଗାଁକୁ ଏଯାବତ ସ୍ୱଚ୍ଛ ପିଇବାପାଣି ପାଇପ ମାଧ୍ୟମରେ ଅପହଞ୍ଚ

  • କୋଟି କୋଟି ଟଙ୍କାର ପୁଞ୍ଜିବିନିଯୋଗର ଚିଠା ଗଣମାଧ୍ୟମରେ ବଂଟା ଯାଉଛି କିନ୍ତୁ ନିଯୁକ୍ତି କାହିଁ , ଶିଳ୍ପ କେଉଁଠି ସ୍ଥାପନ ହେଲା ?

  • ରାଜ୍ୟରେ ୨୪ବର୍ଷ ଭିତିରେ ୨୪ଟି କୃଷିଭିତ୍ତିକ ଶିଳ୍ପର ନା କହିପାରିବେକି?

  • ୩୦ଲକ୍ଷ ଓଡ଼ିଆ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି

  • କଂଗ୍ରେସ ସରକାର ସମୟରେ ଯେଉଁ ସବୁ ସ୍କୁଲ ଗୁଡ଼ିକ କରାଯାଇଥିଲା ସେଗୁଡ଼ିକ ରଙ୍ଗ ଦେଇ ବାହସପୋଟ ମାରୁଛନ୍ତି ।

  • ରାଜ୍ୟରେ ୬୫ଭାଗ ମହିଳା ରକ୍ତହୀନତା ଓ ଅପପୃଷ୍ଟିର ଶିକାର, ମହିଳାଙ୍କ ସ୍ଥିତି ଦୟନୀୟ

ଭୁବନେଶ୍ୱର- ୨୪ ବର୍ଷର ସରକାର, ମାଳ ମାଳ ଯୋଜନା କିନ୍ତୁ ଗୋଟିଏ ବି ଯୋଜନା ସଫଳ ରୂପାୟନ ହୋଇପାରିଲା ନାହିଁ ଏବଂ ଏହାର ସୁଫଳ ରାଜ୍ୟବାସୀ ପାଇଲେ ନାହିଁ । ପ୍ରତିଥର ନିର୍ବାଚନ ଆସିଲେ ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବିଭିନ୍ନ ଯୋଜନା ନାରେ ଘୋଷଣା କରାଯାଉଛି ଏବଂ ସେସବୁ ଯୋଜନା ଗୁଡ଼ିକ ବିନା ଟେଣ୍ଡରରେ କାର୍ଯ୍ୟ କରାଯିବ ଏବଂ ଅର୍ଥରେ ବଡ଼ ବଡ଼ ଏଲଇଡି ସ୍କ୍ରିନ, ମାଳ ମାଳ ଫଟୋ ଲଗାଯିବ, ରାଜ୍ୟ ସରକାରଙ୍କ ଅଧିକାରୀମାନେ ଯିବେ ନୀବନ ବାବୁ ଆପଣମାନେ ଖୁସିତ ବୋଲି କହିବା ପାଇଁ ଏହି ଯୋଜନା । ଗତକାଲି ଓଡ଼ିଶା ସରକାର ଓଡ଼ିଶା ସରକାର ୫୦ଲକ୍ଷ ଟଙ୍କା ପ୍ରତି ପଞ୍ଚାୟତକୁ ଦେବାପାଇଁ ଯେଉଁ ଘୋଷଣା କରିଛନ୍ତି ତା’ର ପ୍ରକୃତି ଉଦ୍ଦେଶ୍ୟ ହେଉଛି ପଞ୍ଚାୟତ ସ୍ତରରେ କୌଣସି ଉନ୍ନତିମୂଳକ କାମ କରିବା ପରିବର୍ତେ ନିଜର ସରପଂଚ, ୱାର୍ଡମ୍ବେର ଏବଂ ଅନ୍ୟାନ୍ୟ ପଂଚାୟତ ସ୍ତରର ନେତୃବୃନ୍ଦଙ୍କୁ ଏହି ଅର୍ଥ ବିଭିନ୍ନ ଅମୁଳକ ଉପାୟରେ ବାଂଟିବା ପାଇଁ “ମୋ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାର ମୂଳ ଉଦେଶ୍ୟ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତି କ୍ଷୋଭ ଏବଂ ଉଦ୍ବେଗ ପ୍ରକାଶ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କଟୁଭାଷାରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ସହିତ ଏ ଯୋଜନାର ଆୟୁଷ କେତେ ବର୍ଷ ବୋଲି ପ୍ରଶ୍ନ କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଗତ ୨୪ ବର୍ଷ ଭିତରେ ବହୁ ଗୁଡ଼ିଏ ଯୋଜନା ଘୋଷଣା ଏ ସରକାର କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ କାଳିଆ ଯୋଜନା, ବଳିଆ ଯୋଜନା, ପିଠା ଯୋଜନା ଇତ୍ୟାଦି ଘୋଷଣା କରାଗଲା । ଏହା ପୂର୍ବରୁ ମୋ କୁଡ଼ିଆ ଯୋଜନା, ମୋ ସାଇକେଲ ଯୋଜନା, ମୋ ମଶାରୀ ଯୋଜନା ଇତ୍ୟାଦି ଇତ୍ୟାଦି ଯୋଜନା କରାଯାଇଥିଲା । କାଳିଆ ଯୋଜନା ଘୋଷଣା କରି ସରକାର କହିଲେ ଏହି ଯୋଜନା ଦ୍ୱାରା କୃଷକର ଆୟ ବୃଦ୍ଧି ପାଇବ, କୃଷକ ଋଣଗ୍ରସ୍ତ ହେବ ନାହିଁ, କୃଷକ ପରିବାର ସଶକ୍ତ ହେବ । କିନ୍ତୁ ମାତ୍ର ଦୁଇବର୍ଷ ପରେ, ୨୦୨୧ ମସିହା ତଥ୍ୟ ଅନୁସାରେ ଓଡ଼ିଶାର କୃଷକର ଆୟ ଭାରତବର୍ଷର ଦ୍ୱିତୀୟ ସର୍ବନିମ୍ନ । କୃଷକର ପ୍ରତିଦିନ ଆୟ ମାତ୍ର ୨୭ ଟଙ୍କା । ୨୦୧୭ ମସିହା ସୁଦ୍ଧା କୃଷକର ଆୟ ଦ୍ୱିଗୁଣା ହୋଇଯିବ ବୋଲି କହିଥିଲେ । କିନ୍ତୁ ଆଜକୁ ଦୀର୍ଘ ୨୪ ବର୍ଷ ପରେ କୃଷକର ଆୟ ୩ଟଙ୍କାର ମଧ୍ୟ ବୃଦ୍ଧି ଘଟିନାହିଁ । କୃଷକ ଆତ୍ମ ହତ୍ୟା ଓଡ଼ିଶାରେ ସର୍ବାଧିକ ସରକାର ମାନିବାକୁ ରାଜି ନାହାନ୍ତି । ୨୦୦୯ ମସିହାରେ ପ୍ରତ୍ୟେକ ବ୍ଲକରେ ୩୫% ଜମିକୁ ଜଳସେଚନ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ୧୫ ବର୍ଷ ପରେ ଆଜି ରାଜ୍ୟ ସରକାର ରଖନ୍ତୁ । ଅଭାବୀ ବିକ୍ରୀ କଥା ଆଉ ଅଛପା ନାହିଁ । ରାଜ୍ୟରେ ନାରୀ ନିର୍ଯ୍ୟାତନା ସର୍ବାଧିକ । ସରକାର କହନ୍ତି ବିଜୁ ଜନତା ଦଳ ମହିଳା ମାନଙ୍କ ବଳ । ରାଜ୍ୟର ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ସାଂଘାତିକ । ଏବେ ଯେଉଁ ୪୦୦୦ କୋଟି ଟଙ୍କାର ଯୋଜନା ଘୋଷଣା କରାଗଲା ଏ ଟଙ୍କା ରାଜ୍ୟ ରାଜକୋଷକୁ ଲୁଟ କରି ବିଜୁ ଜନତା ଦଳକୁ ପଞ୍ଚାୟତ ସ୍ତରରେ ସଶକ୍ତ କରିବାପାଇଁ ଏ ଯୋଜନା । ଗ୍ରାମାଞ୍ଚଳର ବିକାଶ କଥା ନିର୍ବାଚନ ଆସିଲେ କେବଳ ମନେ ପଡ଼ୁଛି । ଅଢେ଼ଇ ଦଶନ୍ଦି ଧରି ଶାସନରେ ରହିଲାପରେ ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାବ୍ୟବସ୍ଥା ଆଜି କିଭଳି ଅଛି? ଏହି ପ୍ରକାଶିତ ରିପୋର୍ଟ ଅନୁସାରେ ରାଜ୍ୟର ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ରାଜ୍ୟର ସ୍ଥାନ ୧୪ ରୁ ଯାଇ ୨୪କୁ ଖସିଲାଣି ତଥାପି ଚିନ୍ତା ନାହିଁ । କଂଗ୍ରେସ ସରକାର ସମୟରେ ଯେଉଁ ସବୁ ସ୍କୁଲ ଗୁଡ଼ିକ କରାଯାଇଥିଲା ସେଗୁଡ଼ିକ ରଙ୍ଗ ଦେଇ ବାହସପୋଟ ମାରୁଛନ୍ତି । ରାଜ୍ୟରେ ୫୩ ହଜାର ଶିକ୍ଷକ ନାହାନ୍ତି । ଶୌଚାଳୟ ଗୁଡ଼ିକରେ ପାଣି ନାହିଁ । ବ୍ୟବସ୍ଥା କିଭଳି ଚାଲିଛି? ୨୦୨୧ ମସିହା ସୁଦ୍ଧା ପ୍ରତି ଗାଁକୁ ସ୍ୱଚ୍ଛ ପିଇବାପାଣି ଯୋଗାଇ ଦେବାପାଇଁ ଧାର୍ଯ୍ୟ କରିଥିଲେ । କିନ୍ତୁ ବାସ୍ତବ ସ୍ଥିତି କ’ଣ? ରାଜ୍ୟର ୩୦% ଗାଁକୁ ସ୍ୱଚ୍ଛ ପିଇବାପାଣି ପାଇପ ମାଧ୍ୟମରେ ଯୋଗାଇ ପାରିନାହାନ୍ତି । ଏତେ ସବୁ ଯୋଜନା କାହାପାଇଁ କରାଯାଇଥିଲା । ଏହାର ସୁଫଳ କାହିଁକି କେହି ପାଉନାହାନ୍ତି? ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ଉଦ୍ବେଗଜନକ । ଯଦି ୪୦୦୦ କୋଟି ଟଙ୍କା ବ୍ୟୟରେ ୩୧୪ ବ୍ଲକରେ ୩୧୪ଟି ଶୀତଳ ଭଣ୍ଡାର କରାଯିବ ତାହାର ଲାଭ ଆମ ଓଡ଼ିଶା ପାଇବ । କଂଗ୍ରେସ ସରକାର ଆସିଲେ ଆମ ଓଡ଼ିଶାର ବିକାଶ ପ୍ରକୃତ କାର୍ଯ୍ୟକାରୀ ହେବ । ଶବ ସାଇକେଲ, ଟ୍ରଲିରେ ବୁହା ଯାଉଛି । ଶବ ବାହାକ ଗାଡ଼ିଟିଏ ଦିଆଯାଇ ପାରୁନାହିଁ । ରାଜ୍ୟରେ ୬୫ଭାଗ ମହିଳା ରକ୍ତହୀନତା ଓ ଅପପୃଷ୍ଟିର ଶିକାର । ତଥାପି ବିକାଶର ଚିଠା ବାଂଟୁଛନ୍ତି । ଏଇଥିପାଇଁ ଏହି ୪୦୦୦ କୋଟି ଟଙ୍କାର ଘୋଷଣା । ଓଡ଼ିଶାରେ ବିକାଶ କିଛି ହେବ ନାହିଁ । ଏହା ତାଙ୍କ ଏଜେଣ୍ଡାରେ ନାହିଁ । ଓଡ଼ିଶାବାସୀ ଏହାକୁ ଶୀଘ୍ର ଗ୍ରହଣ କରନ୍ତୁ ।
ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଉଦ୍ବୋଧନ ଦେଇ କହିଲେ ରାଜ୍ୟରେ ୪୪ ହଜାର ୯ଶହ ସ୍କୁଲରେ ପାଖାପାଖି ଗୋଟିଏ ମାତ୍ର କ୍ଲାସ ରୁମ ଅଛି । ଯେଉଁଥିରେ କି ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଂଚମ ପିଲାମାନଙ୍କୁ ପଢ଼ାଯାଉଛି ଏ ହେଉଛି ଏ ସରକାରଙ୍କର ଉପଲବ୍ଧି । ନବୀନ ବାବୁଙ୍କ ସରକାର କୌଣସି ଜଣେ ମନ୍ତ୍ରୀ ତାଙ୍କ ବିଭାଗର ସଫଳତା କହିପାରିବେ କି ? ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତ ରସାତଳକୁ ଚାଲିଯାଇଛି । ଏ ସରକାର ଦୁର୍ନୀତିକୁ ନୀତି କରିସାରିଛନ୍ତି । ଲକ୍ଷ ଲକ୍ଷ ଯୁବକ ଆଜି ବେରୋଜଗାର । ନିଯୁକ୍ତିର ସୁଯୋଗ ନାହିଁ । କୋଟି କୋଟି ଟଙ୍କାର ପୁଞ୍ଜିବିନିଯୋଗର ଚିଠା ଗଣମାଧ୍ୟମରେ ବଂଟା ଯାଉଛି କିନ୍ତୁ ନିଯୁକ୍ତି କାହିଁ । ଶିଳ୍ପ କେଉଁଠି ସ୍ଥାପନ ହେଲା । ରାଜ୍ୟରେ ଯେତେଗୁଡ଼ିଏ ଲଘୁ, ମଧ୍ୟମ ଧରଣର ଶିଳ୍ପ କଂଗ୍ରେସ ସରକାର ସମୟରେ ହୋଇଥିଲା ସେଗୁଡ଼ିକ ସବୁ ବନ୍ଦ କରିଦିଆଗଲା । ରାଜ୍ୟରେ ୨୪ବର୍ଷ ଭିତିରେ ୨୪ଟି କୃଷିଭିତ୍ତିକ ଶିଳ୍ପର ନା କହିପାରିବେକି? ୩୦ଲକ୍ଷ ଓଡ଼ିଆ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଓଡ଼ିଶାର ବିକାଶ କିଭଳି ହେଉଛି? ଗ୍ରାମାଞ୍ଚଳର ଯଦି ଏତେ ସୁଯୋଗ ଅଛି ଏତେସବୁ ଲୋକ ବାହାରକୁ କାହିଁକି ଯାଉଛନ୍ତି । ମେରୁଦଣ୍ଡ ବିହୀନ ସରକାର କେବଳ କୋମାରେ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.